Breaking News

କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି

କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ କହିଛନ୍ତି, ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି ଏବଂ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି।

ଭୁବନେଶ୍ବର: କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି।

ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାରେ ଅଚ୍ୟୁତ ସାମନ୍ତଙ୍କ ସହ ୧୩  ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି। ଏହା ସହ ସ୍ଥିତି ସ୍ବାଭାବିକ ପାଇଁ ଓ କ୍ଲାସ ସ୍ବାଭାବିକ ଭାବେ ପରିଚାଳନା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ୪ ଜଣ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ସେହି କମିଟି ପ୍ରତି ୧୫ ଦିନରେ ଥରେ କିଟ୍ ଗସ୍ତ କରି ତର୍ଜମା କରିବେ।
ଅତୀତରେ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀମାନଙ୍କ ପ୍ରତି ହୋଇଥିବା ଅଭାବନୀୟ ଘଟଣା ପାଇଁ କିଏ ଦାୟୀ, ଏହା ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବଙ୍କୁ ସଦସ୍ୟ ଭାବରେ ନିଆଯାଇ ଗତ ମାସ ୧୮ ତାରିଖରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି।୧୮ ତାରିଖ ସନ୍ଧ୍ୟା ୭ଟାରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ସ୍ଵତନ୍ତ୍ର ଶାସନ ସଚିବ କିଟ୍ କ୍ୟାମ୍ପସର ହଷ୍ଟେଲ (ଉଭୟ ବାଳିକା ଏବଂ ବାଳକ) ପରିଦର୍ଶନ କରି ନେପାଳର ଛାତ୍ରଛାତ୍ରୀମାନଙ୍କୁ ଫେରିବା ପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିଥିଲେ।
ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ନେପାଳର ରାଷ୍ଟ୍ରଦୂତ ଓ ତାଙ୍କର ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷଙ୍କ ସହିତ ଏ ବାବଦରେ ଆଲୋଚନା କରିଛନ୍ତି ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷା ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ସୁରକ୍ଷିତ ଭାବେ ସମ୍ପାଦନ କରିବାରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ I

ଗତମାସ ୧୯ ରିଖ ଅପରାହ୍ନ ୪ଟାରେ ଉଚ୍ଚ ସ୍ତରୀୟ କମିଟି ବାଳିକା ହଷ୍ଟେଲ, ବାଳକ ହଷ୍ଟେଲ ଏବଂ କିଟ୍ କ୍ୟାମ୍ପସର ସେଣ୍ଟ୍ରାଲ ଲାଇବ୍ରେରୀ ପରିଦର୍ଶନ କରି ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏବଂ ହଷ୍ଟେଲବାସୀଙ୍କ ସହ କଥାବାର୍ତ୍ତ କରିଥିଲେ ଏବଂ ସେମାନଙ୍କ ଶିକ୍ଷାଗତ କାର୍ଯ୍ୟକଳାପକୁ ଅନୁସରଣ କରିବାକୁ ଏବଂ ସେମାନଙ୍କ ବନ୍ଧୁମାନଙ୍କୁ ଡାକିବାକୁ ନିବେଦନ କରିଥିଲେ । ୧୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଏକ ୨୪ ଘଣ୍ଟିଆ ହେଲ୍ପ ଡେସ୍କ (୪ ଟି ଲ୍ୟାଣ୍ଡଲାଇନ ନମ୍ବର ଏବଂ ଗୋଟିଏ ହ୍ଵାଟସଆପ ନମ୍ବର ସହିତ) ଯାହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହିତ ନିରାପଦ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଜାଣିବା ନିମିତ୍ତ ସ୍ଥାପିତ ହୋଇଛି। ତାହା ୧୯ ତାରିଖ ସନ୍ଧ୍ୟା ଠାରୁ ହେଲ୍ପ ଡେସ୍କ କାର୍ଯ୍ୟ ଆରମ୍ଭ ହେଲାI

ଗତ ୨୧ ତାରିଖରେ, କିଟ୍ ର ୮ ଜଣ କର୍ତ୍ତୃପକ୍ଷ ତଥା ପ୍ରତିଷ୍ଠାତା, କୁଳପତି, ପ୍ରୋ-କୁଳପତି, କୁଳସଚିବ, ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ୨ ଆସୋସିଏଟ୍ ପ୍ରଫେସରଙ୍କୁ ପଚରାଉଚରା କରିବା ପାଇଁ ରାଜ୍ୟ ଅତିଥ୍ ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନେ କମିଟି ନିକଟରେ ହଜାର ହୋଇଥିଲେ।

କିଟ୍ କିଛି କର୍ମଚାରୀଙ୍କୁ ସେମାନଙ୍କର ଅସଦାଚରଣ ପାଇଁ ନିଲମ୍ବିତ କରିଛି। ପଚରାଉଚରା ପରେ ଅଭିଯୁକ୍ତ ଛାତ୍ରଙ୍କ ସମେତ ଛାତ୍ରଙ୍କ ପରିଚାଳନାରେ ସମ୍ପୃକ୍ତ ୧୦ଜଣଙ୍କୁ ଗିରଫ କରାଯାଇଛି।

ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ହେଲ୍ପ ଡେସ୍କ ଛାତ୍ରଛାତ୍ରୀମାନଙ୍କ ସହିତ ଯୋଗାଯୋଗରେ ଅଛି।

ଏଣେ ଗତ ୨୭ ତାରିଖରେ, କିଟ୍ ର ୬ ଜଣ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଅତିଥି ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନେ କମିଟି ନିକଟରେ ହଜାର ହୋଇଥିଲେ।
ଏହାପରେ ଗତ ୬ ତାରିଖରେ, କିଟ୍ ର ଡାଇରେକ୍ଟର ଅଫ୍ ଷ୍ଟୁଡେଣ୍ଟସ ଆଫେଆର୍, ଡିଜି ଇଣ୍ଟରନେସନାଲ୍ ରିଲେସନସ୍, ଡାଇରେକ୍ଟର ଆଡମିନିଷ୍ଟ୍ରେଟିଭ୍ ଓ କିଟ୍ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥ୍ ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୌଜନ୍ୟ-ସମ୍ୱାଦ

Comments are closed.