Breaking News

କୁଆଖାଇରେ ହେବ ୱାଟର୍‌ଫ୍ରଣ୍ଟ୍‌, ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଆକର୍ଷଣ ସାଜିବ

ଭୁବନେଶ୍ୱର,୨୯/୧୧: ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ନିକଟରେ ଥିବା କୁଆଖାଇ ନଦୀକୂଳରେ ନିର୍ମାଣ ହେବ ୱାଟର୍‌ଫ୍ରଣ୍ଟ୍‌ । ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି । ଗୁରୁବାର ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଗୁଜରାଟ ସାବରମତୀରେ ରହିଛି ଭାରତର ପ୍ରଥମ ରିଭର୍‌ଫ୍ରଣ୍ଟ୍‌ ପ୍ରକଳ୍ପ । ଏହି ଢାଞ୍ଚାରେ କଟକ ମହାନଦୀ କୂଳରେ ରିଭର୍‌/ୱାଟର୍‌ଫ୍ରଣ୍ଟ୍‌ କରାଯିବାକୁ ପ୍ରସ୍ତାବ ରହିଛି । ଏଥିସହ ପାଣ୍ଡରାରେ ମଧ୍ୟ ୱାଟର୍‌ଫ୍ରଣ୍ଟ୍‌ ପାଇଁ ଯୋଜନା ଚାଲିଛି । ପ୍ରକଳ୍ପ ପାଇଁ ପ୍ଲାନିଂ, ସର୍ଭେ ଓ ଆପ୍ରୁଭାଲ୍‌ ହେବ । ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନର ବିକାଶ ହେବ ଓ ଉଭୟ ଭୁବନେଶ୍ୱର ଓ କଟକବାସୀ ଆକର୍ଷଣୀୟ ସ୍ଥାନ ବୁଲିବା ପାଇଁ ସୁଯୋଗ ପାଇବେ ବୋଲି ଆଶା ରଖାଯାଇଛି । ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍‌ଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏହି ଉତ୍ତର ରଖିଥିଲେ ।
ସୌଜନ୍ୟ-ପ୍ରମେୟ

Comments are closed.