Breaking News

କୁଦିଆରୀ ରଙ୍ଗଣିସାହିରେ ରଙ୍ଗମିସ୍ତ୍ରି ହତ୍ୟା ମାମଲା: ୫ମାସ ପରେ ବି ପୁଲିସ ହାତ ଖାଲି

କୁଦିଆରୀ ରଙ୍ଗଣିସାହିତରେ ଜଣେ ରଙ୍ଗ ମିସ୍ତ୍ରିଙ୍କୁ ହତ୍ୟା କରାଯିବା ଘଟଣାକୁ ୫ ମାସ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀର ଟେର୍‌ ପାଇପାରୁନି ଜଟଣୀ ଥାନା ପୁଲିସ୍‌। ସୂଚନା ଅନୁସାରେ, ୨୦୨୪ ଅଗଷ୍ଟ ୧୪ତାରିଖ ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା।

ଜଟଣୀ: କୁଦିଆରୀ ରଙ୍ଗଣିସାହିତରେ ଜଣେ ରଙ୍ଗ ମିସ୍ତ୍ରିଙ୍କୁ ହତ୍ୟା କରାଯିବା ଘଟଣାକୁ ୫ ମାସ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀର ଟେର୍‌ ପାଇପାରୁନି ଜଟଣୀ ଥାନା ପୁଲିସ୍‌। ସୂଚନା ଅନୁସାରେ, ୨୦୨୪ ଅଗଷ୍ଟ ୧୪ତାରିଖ ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ରଙ୍ଗଣିସାହିର ଜଣେ ବ୍ୟକ୍ତି କ୍ଲବ ଘର ଭିତରେ ରଙ୍ଗମିସ୍ତ୍ରି ପ୍ରଫୁଲ୍ଲ ବାରିକ (୪୮)ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। କ୍ଲବ୍ ଘର ଭିତରେ କିଛି ଲୋକ ମଦ ପିଉଥିଲେ ଏବଂ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଶୁଣାଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ। ତେଣୁ ସେମାନଙ୍କ ମଧ୍ୟରେ କେହି ପ୍ରଫୁଲ୍ଲଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ ହୋଇଥିଲା। ଜଟଣୀ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ଛାନ୍‌ଭିନ କରିଥିଲା।

ଦିନ ଦ୍ୱିପ୍ରହରରେ ଗାଁ ଭିତରେ ଘଟିଥିବା ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପୁଲିସ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ଆଶା କରାଯାଉଥିଲା। ଆଜି ପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀର ଟେର୍ ପାଉନାହିଁ। ଯାହାକୁ ନେଇ ଜଟଣୀବାସୀ ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଲେଣି। ଅନ୍ୟପକ୍ଷରେ ପୁଲିସ୍‌ ଏହାକୁ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡର ନାମ ଦେଉଛି। ତାହେଲେ ପ୍ରଫୁଲ୍ଲ ସହିତ ଅନ୍ୟ କେଉଁମାନେ ହତ୍ୟାକାଣ୍ଡ ଦିନ କ୍ଲବ୍‌ ଭିତରେ ଥିଲେ ତାହାକୁ ଯାଞ୍ଚ ପରିସରକୁ କାହିଁକି ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠିଛି। ତେବେ ପୁଲିସ୍‌ କେବେ ଏହି ଘଟଣା ଉପରୁ ପରଦା ହଟାଇବ ତାହା ଉପରେ ସ୍ଥାନୀୟ ବାସିନ୍ଦାଙ୍କ ନଜର ରହିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.