Breaking News

କେଉଁଟି ଅଧିକ ସ୍ବାସ୍ଥ୍ୟକର

ସେଓ ଏବଂ କଦଳୀ ଉଭୟ ଫଳ ସ୍ବାସ୍ଥ୍ୟକର ହୋଇଥିବା ବେଳେ ଏହା ଅଧିକାଂଶଙ୍କ ଭୋଜନର ଅଂଶ ଅଟନ୍ତି। ଯଦି ସେଓ ଓ କଦଳୀ ଭିତରେ ତୁଳନା କରାଯାଏ, ତେବେ ଦେଖିବା କଦଳୀରେ ଅଧିକ ପୋଷକତତ୍ତ୍ବ ରହିଛି।

ସେଓ  ଏବଂ କଦଳୀ ଉଭୟ ଫଳ ସ୍ବାସ୍ଥ୍ୟକର ହୋଇଥିବା ବେଳେ ଏହା ଅଧିକାଂଶଙ୍କ ଭୋଜନର ଅଂଶ ଅଟନ୍ତି। ଯଦି ସେଓ ଓ କଦଳୀ ଭିତରେ ତୁଳନା କରାଯାଏ, ତେବେ ଦେଖିବା କଦଳୀରେ ଅଧିକ ପୋଷକତତ୍ତ୍ବ ରହିଛି। ସାଧାରଣତଃ ଆମେ ଖାଦ୍ୟ ଭାବେ କଦଳୀ ଅପେକ୍ଷା ସେଓକୁ ଅଧିକ ଗୁରୁତ୍ବ ଦେଇଥାଉ। କିନ୍ତୁ କଦଳୀରେ ଅଧିକ ମାଗ୍‌ନେସିୟମ୍‌, ପୋଟାସିୟମ୍‌, ଜିଙ୍କ୍‌, ସେଲେନିୟମ୍‌ ଓ ଅନ୍ୟାନ୍ୟ ପୋଷକତତ୍ତ୍ବ ରହିଥାଏ। କିନ୍ତୁ କଦଳୀର ନକରାତ୍ମକ ଦିଗ ହେଉଛି ଯେ ଏଥିରେ ପ୍ରତି ଆଉନ୍‌ସରେ କ୍ୟାଲୋରି ଓ ଶ୍ବେତସାର ବି ଅଧିକ ପରିମାଣରେ ରହିଥାଏ। ଅନ୍ୟପଟେ ସେଓରେ ପ୍ରଚୁର ପରିମାଣରେ ଭିଟାମିନ-ସି, ଭିଟାମିନ୍‌-ଇ, ଲ୍ୟୁଟିନ୍‌, ଜିଆକ୍ସାନ୍‌ଥିନ୍‌ ଓ କାରୋଟେନଏଡ୍‌ ରହିଥାଏ। ଉଭୟରେ ଶ୍ବେତସାର ଓ ଶର୍କରା ଅଧିକ ରହିଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଉଭୟ ଓଜନ ବଢ଼ାଇଥା’ନ୍ତି। ଉଭୟ ଫଳ ସୁସ୍ଥ ଖାଦ୍ୟସାରଣୀର ଅନ୍ତର୍ଭୁକ୍ତ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.