Breaking News

‘‘କେଉଁ ବି ଧର୍ମ ପ୍ରଦୂଷଣ କର୍ଯ୍ୟକଳାପକୁ ଉତ୍ସାହିତ କରେ ନାହିଁ’’

ଦୀପାବଳି ପରେ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ିବା ପରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

0

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ିବା ପରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ ବାଣ ବିକ୍ରି ଓ ବିସ୍ଫୋରଣ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି ଯେ ‘‘କେଉଁ ବି ଧର୍ମ ପ୍ରଦୂଷଣ ସୃଷ୍ଟି କରୁଥିବା କୌଣସି କର୍ଯ୍ୟକଳାପକୁ ଉତ୍ସାହିତ କରେନାହିଁ।’’

ଦୀପାବଳି ସରିବା ପରେ ମଧ୍ୟ ସୁପ୍ରିମ୍‌କୋର୍ଟ ବାଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅଦାଲତ ନଭେମ୍ବର ୨୫ ତାରିଖ ସୁଦ୍ଧା ସହରରେ ଅଗ୍ନି ନିର୍ବାପକ କର୍ମଚାରୀଙ୍କ ଉପରେ ସ୍ଥାୟୀ ନିଷେଧାଦେଶ ଜାରି କରିବାକୁ ଦାବି କରିଛନ୍ତି। କାରଣ ବାଣରେ ଥିବା ରାସାୟନିକ ଅବଶିଷ୍ଟାଂଶ ବିଷାକ୍ତ ଧୁଆରେ ପରିଣତ ହୋଇ ଦିଲ୍ଳୀ ବାୟୁକୁ ପ୍ରବଳ ମାତ୍ରାରେ ପ୍ରଦୂଷଣ କରାଇଥାଏ।

ଗତ ସପ୍ତାହରେ ସୁପ୍ରିମ୍‌କୋର୍ଟ ଦିଲ୍ଳୀ ପୁଲିସ୍‌ ଓ ଦିଲ୍ଲୀ ସରକାରଙ୍କୁ କାହିଁକି ସେମାନେ ବାଣ ନିୟର୍ଣ୍ଣଣ କରିବାରେ ବିଫଳ ହୋଇଛନ୍ତି ବୋଲି ପ୍ରଶ୍ନ କରି ଏକ ନୋଟିସ୍‌ ଜାରି କରିଥିଲେ।

ଏହାର ଜବାବରେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି‌; ଯେଉଁଥିରେ ପଦକ୍ଷେପ ନିଆଯାଇଛି ବୋଲି ଉଲ୍ଲେଖ ଅଛି। କିନ୍ତୁ କୋର୍ଟ ଏହା ଦର୍ଶାଇଛନ୍ତି ଯେ ଏହି ନିଷେଧାଦେଶ ଏପର୍ଯ୍ୟନ୍ତ କାର୍ଯ୍ୟ କରିବାରେ ବିଫଳ ହୋଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.