Breaking News

କେଜ୍ରିୱାଲଙ୍କୁ ରମେଶ ବୁଧୁଡ଼ିଙ୍କ ଜବାବ: ମୁଁ କୌଣସି ପଦ ଆଶାୟୀ ନୁହେଁ

ଦିଲ୍ଲୀର କାଲକାଜୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ରମେଶ ବିଧୁଡ଼ିଙ୍କୁ ଆପ୍‌ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କରି ଲଗାତାର ଟାର୍ଗେଟ୍‌ କରିଚାଲିଥିବା ବେଳେ ଆଜି ବିଧୁଡ଼ି ଏହାର ଜବାବ ଦେଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ରମେଶ ବିଧୁଡ଼ିଙ୍କୁ ଆପ୍‌ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କରି ଲଗାତାର ଟାର୍ଗେଟ୍‌ କରିଚାଲିଥିବା ବେଳେ ଆଜି ବିଧୁଡ଼ି ଏହାର ଜବାବ ଦେଇଛନ୍ତି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଦାବିର ଜବାବ ରଖି ସେ କହିଛନ୍ତି ଯେ  ଆପ୍‌ ଦିଲ୍ଲୀରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମୋତେ ଘୋଷଣା କରି ନିଜର ପରାଜୟ ସ୍ବୀକାର କରିସାରିଛି। ଆପ୍‌ ମନେ ରଖିବା ଉଚିତ ଯେ ମୁଁ ବିଜେପିର ଜଣେ ସାଧାରଣ କର୍ମୀ ଏବଂ  କୌଣସି ପଦ ପାଇଁ ଆଶାୟୀ ନୁହେଁ।  ସୂଚନାଯୋଗ୍ୟ, କେଜ୍ରିୱାଲ ଗତକାଲି ଦାବି କରିଥିଲେ ଯେ ବିଜେପି ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରମେଶ ବିଧୁଡ଼ିଙ୍କ ନାମ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବ।

ଆପ୍‌ ପରାଜୟ ସ୍ବୀକାର କରିସାରିଛି

ଆଜି  ବିଧୁଡ଼ି ଏହି ଦାବିକୁ ଖଣ୍ଡନ କରିବା ସହ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘କେଜ୍ରିୱାଲ ମୋତେ ନେଇ ବିଭ୍ରାନ୍ତିକର ଅଭିଯାନ ଆରମ୍ଭ କରିଛନ୍ତି। ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ମୁଁ କୌଣସି ପଦପାଇଁ ଦାବିଦାର ନୁହେଁ ଏବଂ ଦିଲ୍ଲୀରେ ଏଥର ଆପ୍‌ର ବିଭ୍ରାନ୍ତି ଆଉ କାମ‌ କରିବ ନାହିଁ। ଦିଲ୍ଲୀରେ ବିଜେପି ସରକାର କ୍ଷମତାକୁ ଆସୁଛି ବୋଲି  କେଜ୍ରିଵାଲ ପରୋକ୍ଷା ଘୋଷଣା କରିସାରିଛନ୍ତି ଏବଂ ଆପ୍‌ ପରାଜୟ ସ୍ବୀକାର କରିଛି ବୋଲି ସେ କହିଛନ୍ତି।  ଦିଲ୍ଲୀରେ ମଦ ଦୁର୍ନୀତି, ଶିକ୍ଷା ଦୁର୍ନୀତି, ସ୍ୱାସ୍ଥ୍ୟ ଦୁର୍ନୀତି, ଶୀଶମହଲ ଦୁର୍ନୀତି, ଶୋଚନୀୟ ରାସ୍ତା, ଅପରିଷ୍କାର ପାନୀୟ ଜଳ ଇତ୍ୟାଦିରୁ ଲୋକେ ମୁକ୍ତି ପାଇବାକୁ ଚାହୁଛନ୍ତି। ଏଥର ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଥିବାରୁ କେଜ୍ରିୱାଲ ହତାଶାରେ ବିଭିନ୍ନ ନାଟକ କରୁଛନ୍ତି ବୋଲି ବିଧୁଡ଼ି କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.