Breaking News

କେତେ ସୁରକ୍ଷିତ ସ୍କୁଲ ଛାତ୍ରଛାତ୍ରୀ: କେରଳର ୭୨ ଶିକ୍ଷକ ପୋକ୍‌ସୋ ମାମଲାରେ ଅଭିଯୁକ୍ତ

କେରଳର ସ୍କୁଲଗୁଡ଼ିକରେ ନିରୀହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେରଳର ବିଭିନ୍ନ ବିଦ୍ୟାଳୟର ୭୨ଜଣ ଶିକ୍ଷକ ପୋକ୍‌ସୋ ମାମଲାରେ ଅଭିଯୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ଭି ଶିବାନ୍‌କୁଟ୍ଟି କହିଛନ୍ତି।

ଥିରୁବନନ୍ତପୁରମ୍‌: କେରଳର ସ୍କୁଲଗୁଡ଼ିକରେ ନିରୀହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେରଳର ବିଭିନ୍ନ ବିଦ୍ୟାଳୟର ୭୨ଜଣ ଶିକ୍ଷକ ପୋକ୍‌ସୋ ମାମଲାରେ ଅଭିଯୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ଭି ଶିବାନ୍‌କୁଟ୍ଟି କହିଛନ୍ତି। ଯୌନ ଉତ୍ପୀଡ଼ନରୁ ଶିଶୁଙ୍କୁ ସୁରକ୍ଷା ଦେବାପାଇଁ ରହିଥିବା ପୋକ୍‌ସୋ  ଆଇନରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ୭୨ ଶିକ୍ଷକ ଓ କର୍ମଚାରୀମାନେ ଅଭିଯୁକ୍ତ ହୋଇଛନ୍ତି ବୋଲି ମନ୍ତ୍ରୀ ବୟାନ ଦେଇଛନ୍ତି। ସେମାନଙ୍କ ବିରୋଧରେ ସରକାର ପଦକ୍ଷେପ ନେବା ଆରମ୍ଭ କରିଛି। ସେମାନଙ୍କ ପ୍ରତି କୌଣସି ଦୟା ପ୍ରଦର୍ଶନ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।  ୨୦୧୯ରୁ ୨୦୨୫ ମଧ୍ୟରେ ୭୨ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ପୋକ୍‌ସୋ ମାମଲା ରୁଜୁ ହୋଇଛି।

ସେମାନଙ୍କ ମଧ୍ୟରୁ ୨୭ଜଣଙ୍କ ବିରୋଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ୮ଟି ଏଭଳି ମାମଲା ରୁଜୁ ହୋଇଥିଲା। ଏହାବ୍ୟତୀତ ‌ରାଜ୍ୟରେ ପୋକ୍‌ସୋ ମାମଲା ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୩ରେ ୧୭୧୯ଟି ମାମଲା ହୋଇଥିବା ବେଳେ ୨୦୨୪ରେ ଏହା ୨୧୬୧କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରିରେ ୨୨୯ଟି ପୋକ୍‌ସୋ ମାମଲା ରୁଜୁ ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା କମିସନ ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି, ସ୍କୁଲ ଶିକ୍ଷକଙ୍କୁ ପୋ‌କ୍‌ସୋ ଆଇନ ସମ୍ପର୍କରେ ସଚେତନ କରାଯାଉଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.