Breaking News

କେନ୍ଦ୍ର ସରକାର ରେଳୱେର ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି : ଅଶ୍ବିନୀ ବୈଷ୍ଣବ

ମହଙ୍ଗା ହେଲେ ବି ନିର୍ଦ୍ଧାରିତ ସମୟ, ଆରାମ ଦାୟକ ଯାତ୍ରା ଲାଗି ରେଳଯାତ୍ରୀଙ୍କ ବିଶ୍ବାସ ଭାଜନ ହୋଇପାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ତେଣୁ ଏହି ଟ୍ରେନ୍‌ରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରୁଛନ୍ତି ।

ନୂଆଦିଲ୍ଳୀ: ମହଙ୍ଗା ହେଲେ ବି ନିର୍ଦ୍ଧାରିତ ସମୟ, ଆରାମ ଦାୟକ ଯାତ୍ରା ଲାଗି ରେଳଯାତ୍ରୀଙ୍କ ବିଶ୍ବାସ ଭାଜନ ହୋଇପାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ତେଣୁ ଏହି ଟ୍ରେନ୍‌ରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରୁଛନ୍ତି । ଏମିତିରେ ଭାରତୀୟ ରେଲୱେ ନେଟୱର୍କ  ଏମିତି ଏକ ନେଟୱର୍କ ଯେଉଁଥିରେ ପ୍ରତିଦିନ ଅଢେଇ କୋଟିରୁ ଉର୍ଦ୍ଧ୍ବ ଲୋକ ଯାତ୍ରା କରନ୍ତି । ସେଇଥି ଲାଗି କୁହାଯାଏ ପୃଥିବୀର ସର୍ବାଧିକ ଲୋକ ଭାରତର ରେଳରେ ହିଁ ଯାତ୍ରା କରନ୍ତି ।

ରେଳରେ ଲଗାତାର ବିକାଶ କରିବା ଲାଗି ମୋଦି ସରକାର ଅନେକ ପ୍ରକାର ବ୍ୟବସ୍ଥା କରିଛନ୍ତି । ନୂଆ ନୂଆ ଟ୍ରେନ୍‌ ବି ଚଳାଚଳ କରୁଛି । ଅବଶ୍ୟ ବଜେଟ୍‌ରେ ରେଳକୁ ନେଇ ସେମିତି କିଛି ବିଶେଷ କଥା କହିନାହାନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।  ଏଥର ବଜେଟ୍‌ରେ ରେଳ ମନ୍ତ୍ରଣାଳୟକୁ ପ୍ରାୟ ୨.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର ସରକାର ରେଳୱେର ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଯେତିକି ବଜେଟ୍‌ ବ୍ୟୟବରାଦ ହୋଇଛି ତାହା ରେଳର ବିକାଶ କରିବା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.