Breaking News

କେରଳରେ ନୃଶଂସ ରୢାଗିଂ: ୩ ମାସ ଧରି ମାଡ଼, ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ, ୫ ଛାତ୍ର ଗିରଫ

କେରଳର କୋଟ୍ଟାୟାମ ଜିଲ୍ଲାର ଏକ ନର୍ସିଂ କଲେଜର ୫ ଜଣ ଛାତ୍ରଙ୍କୁ ସେମାନଙ୍କ କନିଷ୍ଠମାନଙ୍କୁ ଅତି ନିର୍ମମ ଭାବେ ରୢାଗିଂ କରିବା ଅଭିଯୋଗରେ ଗିରଫ କରାଯାଇଛି। କୋଟ୍ଟାୟମସ୍ଥିତ ସରକାରୀ ନର୍ସିଂ କଲେଜର ତୃତୀୟ ବର୍ଷର ୫ ଜଣ ଛାତ୍ର ସାମୁଏଲ ଜନସନ....

କୋଟ୍ଟାୟାମ: କେରଳର କୋଟ୍ଟାୟାମ ଜିଲ୍ଲାର ଏକ ନର୍ସିଂ କଲେଜର ୫ ଜଣ ଛାତ୍ରଙ୍କୁ ସେମାନଙ୍କ କନିଷ୍ଠମାନଙ୍କୁ ଅତି ନିର୍ମମ ଭାବେ ରୢାଗିଂ କରିବା ଅଭିଯୋଗରେ ଗିରଫ କରାଯାଇଛି। କୋଟ୍ଟାୟମସ୍ଥିତ ସରକାରୀ ନର୍ସିଂ କଲେଜର ତୃତୀୟ ବର୍ଷର ୫ ଜଣ ଛାତ୍ର ସାମୁଏଲ ଜନସନ, ଏନ୍ଏସ୍ ଜିଭା, କେପି ରାହୁଲ ରାଜ, ସି ରିଜିଲ୍ ଜିଥ୍ ଓ ବିବେକ ଏନ୍ ପିଙ୍କୁ ଗିରଫ କରାଯିବା ପରେ ଏହି ରୢାଗିଂ ଘଟଣା ପଦାକୁ ଆସିଛି।

ପୁଲିସ ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ମାସରୁ ୩ ମାସ ଧରି ରୢାଗିଂ ନାଁରେ ପ୍ରଥମ ବର୍ଷ ନର୍ସିଂ ଛାତ୍ରଙ୍କୁ ହଇରାଣ କରାଯିବା ସହ ମାଡ଼ ମରାଯାଉଥିଲା। ନିର୍ଯାତନା ସହି ନ ପାରି ପ୍ରଥମ ବର୍ଷର ୩ ଜଣ ଛାତ୍ର ନିକଟସ୍ଥ ଗାନ୍ଧୀନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତମାନେ କନିଷ୍ଠଙ୍କ ଦେହକୁ କାଟି ଏହି କଟା ଉପରେ ଲୋସନ ଢାଳି ଦେଉଥିଲେ। ପୀଡ଼ିତମାନେ ଯନ୍ତ୍ରଣାରେ ଚିତ୍କାର କରିବା ପରେ ଅଭିଯୁକ୍ତମାନେ ପାଟି ଓ ଶରୀରର ଅଙ୍ଗରେ କ୍ରିମ୍ ଲଗାଉଥିଲେ। ଅଭିଯୋଗରେ  ଦର୍ଶାଯାଇଛି ଯେ ଛାତ୍ରମାନଙ୍କୁ ଉଲଗ୍ନ କରାଯାଇ ସେମାନଙ୍କ ପ୍ରାଇଭେଟ ପାର୍ଟରେ ଡମ୍ବଲ୍ ଟାଙ୍ଗି ଦିଆଯାଇଥିଲା। ଅଭିଯୁକ୍ତମାନେ କମ୍ପାସ୍ ସମେତ ଷ୍ଟେସନାରୀ ଉପକରଣ ବ୍ୟବହାର କରି ସେମାନଙ୍କୁ ଆହତ କରିଥିଲେ।

ରୢାଗିଂ ସହ ଜଡ଼ିତ ସମସ୍ତ ୫ ଜଣ ଛାତ୍ରଙ୍କୁ କଲେଜ ପକ୍ଷରୁ ନିଲମ୍ବିତ କରାଯାଇଛି। ଭାରପ୍ରାପ୍ତ ପ୍ରିନ୍ସିପାଲ୍ ଡ. ଲିନି ଜୋସେଫ୍ କହିଛନ୍ତି ଯେ ଛାତ୍ରମାନେ ରୢାଗିଂ ସମ୍ପର୍କରେ କଲେଜକୁ ଜଣାଇ ନ ଥିଲେ। ଅଭିଭାବକମାନେ ଶ୍ରେଣୀ ଶିକ୍ଷକଙ୍କୁ ଫୋନ୍ କରି ଏ ସମ୍ପର୍କରେ ଜଣାଇଥିଲେ। ଅଭିଯୋଗ ପାଇବା ପରେ ପ୍ରାଥମିକ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାର ବିସ୍ତୃତ ତଦନ୍ତ ପାଇଁ ଆଜି ଏକ କମିଟି ଗଠନ କରାଯିବ। ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନିଆଯିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.