Breaking News

କେରଳ ଉତ୍ସବରେ ହାତୀ ମାତିଲେ: ୩ ଜଣଙ୍କ ମୃତ୍ୟୁ, ୩୬ ଆହତ

କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଉତ୍ସବ ସମୟ‌ରେ ହାତୀ ଆତଙ୍କ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କୁରୁଭଙ୍ଗଡ଼ର ମନାକୁଲାଙ୍ଗରା ଭଗବତୀ ମନ୍ଦିରରେ ବାର୍ଷିକ ଉତ୍ସବର ପଞ୍ଚମ ତଥା ଶେଷ ଦିନରେ ଏହି ଘଟଣା ଘଟିଛି।

କୋଝିକୋଡ଼: କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଉତ୍ସବ ସମୟ‌ରେ ହାତୀ ଆତଙ୍କ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କୁରୁଭଙ୍ଗଡ଼ର ମନାକୁଲାଙ୍ଗରା ଭଗବତୀ ମନ୍ଦିରରେ ବାର୍ଷିକ ଉତ୍ସବର ପଞ୍ଚମ ତଥା ଶେଷ ଦିନରେ ଏହି ଘଟଣା ଘଟିଛି। ମନ୍ଦିରରେ ଚାଲିଥିବା କାର୍ଯ୍ୟକ୍ରମ ପାଇଁ ହାତୀଙ୍କୁ ଅଣାଯାଇଥିଲା ଏବଂ ସେମାନେ ମନ୍ଦିର ପରମ୍ପରାର ଏକ ଅଂଶ ଥିଲେ।

କୋଝିକୋଡ଼ ଗ୍ରାମୀଣ ପୁଲିସ ମୁଖ୍ୟ କେଇ ବଇଜୁ କହିଛନ୍ତି, ହାତୀଗୁଡ଼ିକୁ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ବାଣ ଫୁଟିବାରୁ ଏଥିରେ ଏକ ହାତୀ ଉଗ୍ର ହୋଇଉଠିଥିଲା। ଏହା ଫଳରେ ସେ ପାଖରେ ଠିଆ ହୋଇଥିବା ଅନ୍ୟ ଏକ ହାତୀ ସହ ଲଢ଼େଇ କରିଥିଲା। ୨ ହାତୀ ପରସ୍ପର ମଧ୍ୟରେ ଲଢ଼େଇ କରିବା ଦ୍ବାରା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଗୋଟିଏ ହାତୀ ମନ୍ଦିର କମିଟି ଅଫିସ୍‌କୁ ଦୌଡ଼ି ପ‌ଶିଯିବା ଫଳରେ ଏହାର ପ୍ରଭାବରେ ମନ୍ଦିରର ଏକ ଅଂଶ ଭାଙ୍ଗି ଯାଇଛି। ଅଫିସ୍‌ରେ ଥିବା ‌ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି। ଅନ୍ୟ ୨ ହାତୀ ଭିଡ଼ ଭିତରକୁ ପଶି ଦଳାଚକଟା କରିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଅନେକ ଆହତ ହୋଇଥିଲେ। ଲୋକେ ସୁରକ୍ଷା ପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ମଧ୍ୟ ଧସ୍ତାଧସ୍ତିରେ ଆହତ ହୋଇଥିବା ଜଣାପଡ଼ିଛି। ମାହୁନ୍ତଙ୍କୁ ସେମାନଙ୍କ ହାତୀକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ପାଖାପାଖି ଘଣ୍ଟାଏ ଲାଗି ଯାଇଥିଲା। ସେମାନଙ୍କ ଉଦ୍ୟମ ସତ୍ତ୍ବେ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମନ୍ଦିର କର୍ତ୍ତୃପକ୍ଷ ଆହତଙ୍କ ପାଇଁ ତୁରନ୍ତ ଜରୁରୀ ମେଡିକାଲ ସେବା ଦେବାପାଇଁ ବ୍ୟବସ୍ଥା କରିଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.