Breaking News

କେଶନିର୍ଭର ନୁହେଁ ସୌନ୍ଦର୍ଯ୍ୟ!

କେଶ ମହିଳାଙ୍କ ସୌନ୍ଦର୍ଯ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଭାରତୀୟ ସଂସ୍କୃତିରେ ଏକ ଧାରଣା ରହିଆସିଛି। ସେଥିପାଇଁ ତ କେଶ ଓ କେଶବିନ୍ୟାସକୁ ନେଇ ନାନା କଥା, କବିତା ଓ ଗୀତ ଶୁଣିବାକୁ ମିଳେ। ତେବେ ଆମେରିକାରେ ରହୁଥିବା ନୀହର ସଚଦେବ ଉକ୍ତ ଧାରଣାକୁ ଚ୍ୟାଲେଞ୍ଜ କରି ନାରୀର ସୌନ୍ଦର୍ଯ୍ୟ...

କେଶ ମହିଳାଙ୍କ ସୌନ୍ଦର୍ଯ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଭାରତୀୟ ସଂସ୍କୃତିରେ ଏକ ଧାରଣା ରହିଆସିଛି। ସେଥିପାଇଁ ତ କେଶ ଓ କେଶବିନ୍ୟାସକୁ ନେଇ ନାନା କଥା, କବିତା ଓ ଗୀତ ଶୁଣିବାକୁ ମିଳେ। ତେବେ ଆମେରିକାରେ ରହୁଥିବା ନୀହର ସଚଦେବ ଉକ୍ତ ଧାରଣାକୁ ଚ୍ୟାଲେଞ୍ଜ କରି ନାରୀର ସୌନ୍ଦର୍ଯ୍ୟ ଯେ କେଶ ବିନା ବି ଅତୁଳନୀୟ ତାହାର ଜୀବନ୍ତ ଉଦାହରଣ ସାଜିଛନ୍ତି। ଏହି ଭାରତୀୟ ମୂଳୋଦ୍ଭବ ଇନ୍‌ଫ୍ଲୁଏନ୍‌ସର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଳ୍ପ ବୟସରୁ ‘ଆଲୋପେସିଆ’ ରୋଗର ଶିକାର ହୋଇ ତାଙ୍କର ସବୁତକ କେଶ ଉଠିଯାଇଛି। ବିବାହରେ କନ୍ୟା ବେଶରେ ସଜାଇହେବା ବେଳେ କୃତ୍ରିମ କେଶ ଲଗାଇବା ପରିବର୍ତ୍ତେ ସେ ଅତ୍ମବିଶ୍ବାସର ସହ ନିଜର ପ୍ରାକୃତିକ ରୂପକୁ ଉପସ୍ଥାପନ କରିଛନ୍ତି। ଭାରତୀୟ ରୀତିନୀତିରେ ତାଙ୍କ ବିବାହର ଭିଡିଓ ନିକଟରେ ଭାଇରାଲ୍‌ ହୋଇ ୪ କୋଟିରୁ ଅଧିକ ଥର ତା’କୁ ଦେଖାଯାଇସାରିଲାଣି।

ନୀହର ୬ ବର୍ଷର ହୋଇଥିବା ବେଳେ ଆଲୋପେସିଆର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ସେ ଭଲ ପାଠ ପଢୁଥିଲେ। କିନ୍ତୁ ମୁଣ୍ଡର ବିଭିନ୍ନ ସ୍ଥାନରୁ କେଶ ଉଠିବା କାରଣରୁ ସେ କୃତ୍ରିମ କେଶ ପିନ୍ଧିବା ପରେ ପାଠପଢ଼ାରେ ତାଙ୍କର ପ୍ରଦର୍ଶନ ହ୍ରାସ ପାଇବାକୁ ଲାଗିଲା। ଏହାର କାରଣ ହେଲା ସେ ଶ୍ରେଣୀରେ ସବୁବେଳେ ଚିନ୍ତିତ ରହୁଥିଲେ ଯେ କୃତ୍ରିମ କେଶ ଠିକ୍ ଭାବରେ ଲାଗିଛି କି ନାହିଁ। ଏହାର କୌଣସି ଚିକିତ୍ସା ମଧ୍ୟ ଉପଲବ୍ଧ ନ ଥିଲା। ତେଣୁ ସେ କୃତ୍ରିମ କେଶ ଲଗାଇବା ବନ୍ଦ କରିଦେଲେ ଏବଂ ମୁଣ୍ଡର ସବୁ ଚୁଟି ଚାଞ୍ଛିଦେଲେ। ସେବେଠାରୁ ସେ ନିଜ ଚନ୍ଦାପଣକୁ ଲୁଚାଇବା ପରିବର୍ତ୍ତେ ତାହାକୁ ନିଜ ସୌନ୍ଦର୍ଯ୍ୟର ଅଂଶ ରୂପେ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଆସିଛନ୍ତି। ଏ ନିଷ୍ପତ୍ତି ପଛରେ ନୀହରଙ୍କ ଯୁକ୍ତି ହେଲା ଆମେ ନିଜର ପ୍ରାକୃତିକ ରୂପକୁ ଗ୍ରହଣ କରିବା ଉଚିତ। ‘ଆଲୋପେସିଆ’ ରୋଗରେ କେଶ ହରାଇଥିବା ଝିଅମାନେ ଏହା ଦେଖି ଅନୁପ୍ରାଣିତ ହେବେ ଏବଂ ଆତ୍ମବିଶ୍ବାସ ହରାଇବେ ନାହିଁ। ପୁଣି ତାଙ୍କର ଏହି ବିବାହ ରୂପସଜ୍ଜା ଦେଖି ସାମାଜିକ ଗ୍ରହଣୀୟତା ମଧ୍ୟ ବଢ଼ିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.