Breaking News

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; କହିଲେ , ଯୁବପୀଢିଙ୍କ ଅକସ୍ମାତ ମୃତ୍ୟୁର କାରଣ ନୁହେଁ ଟିକା

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ। ଯୁବପିଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା। ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଚର୍ଚ୍ଚା। ରାଜ୍ୟସଭାରେ ଉତ୍ତର ରଖିଲେ ଜେ.ପି ନଡ୍ଡା।

କନକ ବ୍ୟୁରୋ: କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ, ଯୁବପୀ ଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା । ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା ।

ଅ୍ରାକିକାଲି ଅନେକ ଲୋକଙ୍କର ଅକାଳରେ ମୃତ୍ୟୁ ହେଉଥିବାବେଳେ ଏହାର କାରଣ ଟିକା ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କୋଭିଡ ୧୯ ଟିକା ଯୋଗୁ ମୃତ୍ୟୁ ହେଉନାହିଁ। ବରଂ କୋଭିଡ ଟିକା ଯୋଗୁଁ ମୃତ୍ୟୁ ହାର କମିଛି ବୋଲି କହିଛନ୍ତି ନଡ୍ଡା । ପୂର୍ବରୂ କୋଭିଡ ଟିକା ପାଇଁ ଯୁବପିଢିଙ୍କ ହଠାତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା । କିନ୍ତୁ ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା। ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ପରେ ଏହି ଆଶଙ୍କା ଦୂର ହୋଇଛି।

ସୌଜନ୍ୟ-କନକ

Comments are closed.