ମନୋରଞ୍ଜନ

Children Festival: କୋଣାର୍କରେ ‘ସରଗି ଫୁଲ-୨୦୨୫’ ଶିଶୁ ମହୋତ୍ସବ: ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭାର ଚମକ

ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ-୨୦୨୫’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

କୋଣାର୍କ: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ-୨୦୨୫’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୁରୀଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ଜେନା, ଜିଲ୍ଲା ସହକାରୀ ମଙ୍ଗଳ ଅଧିକାରୀ ଅମିତା ମିଶ୍ର, ପ୍ରଭାତ ସିଂ, କରମଙ୍ଗା କ୍ଲଷ୍ଟର ସିଆରସିସି କୃର୍ଷ୍ଣଚନ୍ଦ୍ର ବଳବନ୍ତରାୟ ଓ ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ, ଶୈକ୍ଷିକ, ବୈଦ୍ଧିକ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରଗିଫୁଲ କାର୍ଯ୍ୟକ୍ରମ ଏକ ବଳିଷ୍ଠ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଆଦିବାସୀ ନୃତ୍ୟ ସହ ବିଭିନ୍ନ ପ୍ରତିଯୋଗିତା

ଅପରାହ୍ନରେ ସରଗି ଫୁଲ କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ମହୋତ୍ସବରେ ଆୟୋଜିତ ନୃତ୍ୟ, ସଂଗୀତ, ସୋଲୋ ସଂଗୀତ, ଆଦିବାସୀ ନୃତ୍ୟ ସହ ବିଭିନ୍ନ ପ୍ରତିଯୋଗିତା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ପରିପ୍ରକାଶ ଲାଭ କରି ଅନ୍ୟମାନଙ୍କୁ ଏକ ଆଲୋକ ଶିଖା ଭଳି ଦିଗଦର୍ଶନ ଦେଇଥାଏ। ବଣ ମଲ୍ଲୀ ଯେଭଳି ବଣରେ ଫୁଟି ବଣରେ ନ ଝଡି ସମଗ୍ର ସମାଜରେ ତାହାର ମହକ ସଂଚାରିତ କରିଥାଏ ସେହିପରି ଶିଶୁମାନେ ଶିକ୍ଷା ମଧ୍ୟରେ ସୀମିତ ନ ରହି ନିଜ ନିଜର ଅନ୍ତର୍ନିହିତ ଗୁଣ ସମୂହକୁ ପରିପ୍ରକାଶ କରିବା ଜରୁରୀ ବୋଲି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

 

୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭାଗିତା

କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ। ବରିଷ୍ଠ ଓ କନିଷ୍ଠ ବିଭାଗର ବିଭିନ୍ନପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ୮ଗୋଟି ବିଦ୍ୟାଳୟର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ। ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର ଓ ଭାଗୀରଥୀ ପାଇକରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସତ୍ଯ ସୁନ୍ଦର ମିଶ୍ର, ଅର୍ଜନ ଦଳାଇ, ଦୀପିକ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ନୟନା ଶତପଥୀ, ସୁଲୋଚନା ବେହେରା, ବନଜା ମହାନ୍ତି, ଶିଲ୍ଲା ଭଟ୍ଟ, ଦୀପିକା ଜେନା, ଅମିୟା ପ୍ରିୟ ଦର୍ଶନୀ ଧାରୁଆ,ଗଉରୀ ସଙ୍କର ଜେନା,ରିତା କୁମାର ,ବିଦ୍ୟାଳୟ ପରିଚାଳନା କମିଟି ଉପସଭାନେତ୍ରୀ ସବିତା ରଥ ସମେତ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button