Breaking News

କୌଣସି ରାଜନୈତିକ ଦଳ ମୋ ହାସ୍ୟରସକୁ ନିୟନ୍ତ୍ରଣ କରେ ନାହିଁ: କୁନାଲ କାମରା

ଏକନାଥ ସିନ୍ଦେଙ୍କ ପ୍ରତି ମଜାରେ ମଜାରେ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ହାସ୍ୟ ଅଭିନେତା କୁନାଲ କାମରା। ହାସ୍ୟ ଅଭିନେତା କୁନାଲ କାମରା ସୋମବା ସେହି ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରତି ମଜାରେ ମଜାରେ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ହାସ୍ୟ ଅଭିନେତା କୁନାଲ କାମରା।

ହାସ୍ୟ ଅଭିନେତା କୁନାଲ କାମରା ସୋମବା ସେହି ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କୌଣସି ରାଜନୈତିକ ଦଳ ତାଙ୍କ ହାସ୍ୟରସକୁ ନିୟନ୍ତ୍ରଣ କରେ ନାହିଁ ଏବଂ ନେତାମାନଙ୍କୁ ନେଇ ମଜାକ କରିବା ଆଇନ ବିରୋଧୀ ନୁହେଁ।

“ଆମର ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା କେବଳ ଶକ୍ତିଶାଳୀ ଏବଂ ଧନୀମାନଙ୍କୁ ପ୍ରଶଂସିତ କରିବା ପାଇଁ ବ୍ୟବହାର କରାଯାଏ ନାହିଁ, ଯଦିଓ ଆଜିର ଗଣମାଧ୍ୟମ ଆମକୁ ଅନ୍ୟଥା ବିଶ୍ୱାସ କରିବାକୁ ବାଧ୍ୟ କରେ।’’ ବୋଲି କାମ୍‌ରା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପକ୍ଷ ପରିବର୍ତ୍ତନ କରିବା ପାଇଁ ସମାଲୋଚନା କରି ହାସ୍ୟ ଅଭିନେତା କୁନାଲ କାମରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ହାସ୍ୟ ଅଭିନେତା କୁନାଲ କାମରାଙ୍କର ଏକ ଭିଡିଓ ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପକ୍ଷ ପରିବର୍ତ୍ତନ କରିବା ପାଇଁ ସମାଲୋଚନା କରୁଥିଲେ। ସିନ୍ଦେ ସେନା ବିଧାୟକ ମୁରଜୀ ପଟେଲଙ୍କ ଅଭିଯୋଗ ପରେ ହାସ୍ୟ ଅଭିନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ସୂଚନା ରହିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.