ଓଡିଶା

New centra: ଉତ୍କଳ ସମ୍ମିଳନୀର ନୂଆ କେନ୍ଦ୍ରୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଉତ୍କଳ ସମ୍ମିଳନୀର ୧୨୨ତମ ପ୍ରତିଷ୍ଠା ଦିବସ ପାଳନ ସହ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିକୁ ସରକାର ପ୍ରଦତ୍ତ ୟୁନିଟ୍ ୬ ସ୍ଥିତ ଆଇଭିଆର୍‌- ୩୨୭ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି।

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀର ୧୨୨ତମ ପ୍ରତିଷ୍ଠା ଦିବସ ପାଳନ ସହ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିକୁ ସରକାର ପ୍ରଦତ୍ତ ୟୁନିଟ୍ ୬ ସ୍ଥିତ ଆଇଭିଆର୍‌- ୩୨୭ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ‌ସଭାରେ କେନ୍ଦ୍ରୀୟ ସଭାପତି ସୌରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ଏଥି‌ରେ ମୁଖ୍ୟ ଅତିଥି ଭାବେ ପ୍ରସାର ଭାରତୀର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି, ମୁଖ୍ୟବକ୍ତା ଭାବେ ଦୈନିକ ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ଯୋଗ ଦେଇଥିଲେ। ବକ୍ତାମାନେ ସମ୍ମିଳନୀର ଗୌରବମୟ ଇତିହାସ, ବିଭିନ୍ନ ସମୟରେ ଏହାର ନେତୃତ୍ୱ ନେଇଥିବା ବିଶିଷ୍ଟ ବରପୁତ୍ରମାନଙ୍କ କାର୍ଯ୍ୟାବଳୀର ଅବତାରଣା କରିଥିଲେ।

ସେହିପରି ସକାଳେ ସମ୍ମିଳନୀର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପ୍ରତିଷ୍ଠା ଦିବସ ସଭାରେ ଅନ୍ୟମାନଙ୍କ ମଧ୍ୟରେ କାଶୀନାଥ ରଥ, ଶ୍ରୀକାନ୍ତ ମିଶ୍ର, ସନ୍ତୋଷ କୁମାର ରାଉତ, ପ୍ରଦୀପ୍ତ କୁମାର ଦାଶ, ଲକ୍ଷ୍ମୀଧର ଦାଶ, ସମ୍ପାଦକ ବାନାମ୍ବର ପରିଡ଼ା, ପ୍ରଦୀପ୍ତ କୁମାର ମହାରଣା, ଜୟନ୍ତୀ ପଢ଼ିଆରୀ, ସ୍ୱାଗତିକା ରାଉତ, ବିରଞ୍ଚି ନାରାୟଣ ଦାଶ, କୋଷାଧ୍ୟକ୍ଷ ତ୍ରିନାଥ ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟ ସତ୍ୟଜିତ ନାୟକ, ପ୍ରୀତିପ୍ରତିଭା ଭୋଳ, ଜିତେନ୍ଦ୍ର କୁମାର ପାଢ଼ୀ, ତପନ ବେହେରା, ସସ୍ମିତା ମଙ୍ଗରାଜ, ରାଜମିତ୍ରା ପ୍ରହରାଜ, ସଙ୍ଗୀତା ମାଝୀ, କୁଳମଣି ରାଉତ, ଯୁଗଳକିଶୋର ନାୟକ, ସବ୍ୟସାଚୀ ସାମନ୍ତରାୟ, ଭୁବନାନନ୍ଦ ତ୍ରିପାଠୀ, ତାପସ ରଞ୍ଜନ ମିଶ୍ର, ପଠାଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉପସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ରାଧାନାଥ ପ୍ରହରାଜ ଧନ୍ୟବାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button