Breaking News

‘କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର’

କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, ତଥା କ୍ରୀଡ଼ା ଦ୍ୱାରା ମଣିଷ ସୁସ୍ଥ, ସତେଜ ରହିବା ସହ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀପ୍ରଧାନ ମତବ୍ୟକ୍ତ କରିଥିଲେ।

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ମହୁରୀସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ “ଜାଭିୟର୍ସ ଓଲମ୍ପିକ-୨୦୨୪” ଉଦଘାଟିତ ହୋଇଯାଇଛିl ଏହି କ୍ରୀଡା ଉତ୍ସବରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭିୟାର୍ସ ଓଲମ୍ପିକ ମଶାଲ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେl ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୈଶିଙ୍ଗା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରୁ ବାହାରିଥିବା ମଶାଲ ଶୋଭାଯାତ୍ରାକୁ ବିଦ୍ୟାଳୟ ସମ୍ମୁଖ ଖେଳ ପଡିଆରେ ସ୍ୱାଗତ କରାଯାଇଥିଲାl ସେଠାରେ ମୁଖ୍ୟ ଅତିଥି ଶ୍ରୀପ୍ରଧାନ, ସମ୍ମାନିତ ଅତିଥି ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ପଣ୍ଡା ଓ ଜାଭିୟାର୍ସ ସ୍କୁଲର ପରିଚାଳନା ନିର୍ଦେଶିକା ରଶ୍ମି ପାଣିଗ୍ରାହୀଙ୍କ ଦ୍ୱାରା ଜାଭିୟର୍ସ ଓଲମ୍ପିକ ପତାକା ଉତ୍ତୋଳନ କରାଯାଇଥିଲା ଓ ପିଲାମାନେ ବାର୍ଷିକ କ୍ରୀଡା ଉତ୍ସବ ପାଇଁ ଶପଥ ଗ୍ରହଣ କରିଥିଲେl

କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, ତଥା କ୍ରୀଡ଼ା ଦ୍ୱାରା ମଣିଷ ସୁସ୍ଥ, ସତେଜ ରହିବା ସହ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀପ୍ରଧାନ ମତବ୍ୟକ୍ତ କରିଥିଲେ। ସେହିପରି କ୍ରୀଡାର ବିକାଶରେ ଦେଶର ବିକାଶ ସମ୍ଭବ ହୋଇଥାଏ ବୋଲି  ସମ୍ମାନିତ ଅତିଥି ଶ୍ରୀପଣ୍ଡା କହିଥିଲେl ପରେ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିଲାl  ସ୍କୁଲର ଅଧକ୍ଷା ଇପ୍ସିତା କର ଓ ଉପାଧ୍ୟକ୍ଷା ସୋନାଲି ବେହେରାଙ୍କ ପ୍ରତକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲାl

ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଦେବବ୍ରତ ବାରିକ, ଲକ୍ଷ୍ମୀକାନ୍ତ ବଳବନ୍ତରାୟ, ଅତ୍ୟଜିତ ସାମନ୍ତରାୟ, ରଣଜିତ ନାୟକ, ଶିକ୍ଷୟିତ୍ରୀ ସରସ୍ବତୀ ଦାସ, ଜାହ୍ନବୀ ସାହୁ, ତୃପ୍ତି କୁମାରୀ, ଜ୍ୟୋତି ବାରିକ, ସ୍ନେହସୁଧା ମହାନ୍ତି ପ୍ରମୁଖଙ୍କ ସହିତ ସ୍କୁଲର ଅନ୍ୟ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ୨ ଦିନ ଧରି ଉକ୍ତ କ୍ରୀଡା ଉତ୍ସବ ଅନୁଷ୍ଠିତ ହେବା ନେଇ ବିଦ୍ୟାଳୟ ଅଧକ୍ଷା ସୂଚନା ଦେଇଛନ୍ତି l

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.