Breaking News

କ୍ଷୁଦ୍ର ଛିଦ୍ର ଦେଇ ଅସ୍ତ୍ରୋପଚାର କର୍କଟ ରୋଗୀଙ୍କ ପାଇଁ ବରଦାନ

ମିନିମାଲ୍‌ ଇନ୍‌ଭେସିଭ୍‌ କର୍କଟ ଅସ୍ତ୍ରୋପଚାର ପ୍ରକ୍ରିୟାରେ ରୋଗୀ ଶରୀରରେ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର କରି ଅସ୍ତ୍ରୋପଚାର କରାଯାଇଥାଏ। ଏହି କ୍ଷୁଦ୍ର ଗର୍ତ୍ତ ମାଧ୍ୟମରେ ରୋଗଗ୍ରସ୍ତ ଅଙ୍ଗକୁ ସ୍ୱତନ୍ତ୍ର ଯନ୍ତ୍ର ବ୍ୟବହାର କରି ବାହାର କରାଯାଏ।

 ମିନିମାଲ୍‌ ଇନ୍‌ଭେସିଭ୍‌ କର୍କଟ ସର୍ଜରି କ’ଣ?
ମିନିମାଲ୍‌ ଇନ୍‌ଭେସିଭ୍‌ କର୍କଟ ଅସ୍ତ୍ରୋପଚାର ପ୍ରକ୍ରିୟାରେ ରୋଗୀ ଶରୀରରେ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର କରି ଅସ୍ତ୍ରୋପଚାର କରାଯାଇଥାଏ। ଏହି କ୍ଷୁଦ୍ର ଗର୍ତ୍ତ ମାଧ୍ୟମରେ ରୋଗଗ୍ରସ୍ତ ଅଙ୍ଗକୁ ସ୍ୱତନ୍ତ୍ର ଯନ୍ତ୍ର ବ୍ୟବହାର କରି ବାହାର କରାଯାଏ। ଏହା ଲାପ୍ରୋସ୍କୋପି, ଥୋରାକୋସ୍କୋପି କିମ୍ବା ରୋବୋଟିକ୍ ଟେକ୍ନୋଲୋଜି ବ୍ୟବହାର କରି କରାଯାଇଥାଏ। ମିନିମାଲ୍‌ ଇନ୍‌ଭେସିଭ୍‌ କ୍ୟାନସର୍‌ ସର୍ଜରି, ଲାପ୍ରୋସ୍କୋପି/ରୋବୋଟିକ୍ ଟେକ୍‌ନୋଲୋଜି ହେଉଛି କର୍କଟ ଅସ୍ତ୍ରୋପଚାରର ଭବିଷ୍ୟତ, ଯାହା କର୍କଟ ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ।
 କର୍କଟର ଅସ୍ତ୍ରୋପଚାର ଏକ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ମିନିମାଲ୍‌ ଇନ୍‌ଭେସିଭ୍‌ ସର୍ଜରିର ବ୍ୟବହାର କେତେ ପ୍ରଭାବଶାଳୀ?
ପାରମ୍ପରିକ ଭାବେ ପେଟ କିମ୍ବା ଛାତିରେ ବଡ଼ ବଡ଼ ଚିରା ଦେଇ କର୍କଟ ଅସ୍ତ୍ରୋପଚାର କରାଯାଉଛି। ତେବେ ଉନ୍ନତ ଜ୍ଞାନକୌଶଳ ଓ ଅତ୍ୟାଧୁନିକ ଉପକରଣର ଉପଲବ୍ଧତା ଯୋଗୁଁ କର୍କଟ ଅସ୍ତ୍ରୋପଚାର ଶରୀରରେ ଛୋଟ ଛୋଟ ଚିରା କରି କରାଯାଇପାରୁଛି।
 ଏହି ପ୍ରକ୍ରିୟା ଓପନ୍ ସର୍ଜରିର ସମକକ୍ଷ କି?
ମିନିମାଲ୍‌ ଇନ୍‌ଭେସିଭ୍‌ ସର୍ଜରି, ଓପନ୍‌ ସର୍ଜରି ଭଳି ସମାନ ଫଳାଫଳ ଦେଇଥାଏ। ବିଶ୍ୱବ୍ୟାପୀ ଏକାଧିକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି।
 ରୋଗୀଙ୍କ ପାଇଁ ଏହି ପ୍ରକାର ଅସ୍ତ୍ରୋପଚାରର ଲାଭ କ’ଣ?
ଏହି ଅସ୍ତ୍ରୋପଚାର କମ୍‌ ଯନ୍ତ୍ରଣା ହେଉଥିବା ବେଳେ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିଥାଏ। ସ୍ବାଭାବିକ ଜୀବନଶୈଳୀକୁ ଖୁବ୍‌ ଶୀଘ୍ର ଫେରିବା ସହ ଶରୀରରେ ଛୋଟ ଛୋଟ ଚିରା ଯୋଗୁଁ ହୋଇଥିବା କ୍ଷତ ଶୀଘ୍ର ଭରିଯାଇଥାଏ। ଫଳରେ ଡାକ୍ତରଖାନାରେ କମ୍ ଦିନ ରହିବା ସହ ସମାନ କର୍କଟ ରୋଗ କମ୍‌ ଯନ୍ତ୍ରଣାରେ ଦୂରୀଭୂତ ହୋଇଥାଏ।
 ଏହି ଅସ୍ତ୍ରୋପଚାର କେଉଁ କେଉଁ କର୍କଟ ପାଇଁ ଉଦ୍ଦିଷ୍ଟ?
ଓସୋଫେଜିଆଲ୍‌ କର୍କଟ, ପାକସ୍ଥଳୀ କର୍କଟ, କୋଲନ୍‌ କର୍କଟ, ମଳଦ୍ୱାର କର୍କଟ, ଗର୍ଭାଶୟ କର୍କଟ ଓ ଫୁସ୍‌ଫୁସ୍‌ କର୍କଟରେ ସାଧାରଣତଃ ଏହି ଅସ୍ତ୍ରୋପଚାର କରାଯାଇଥାଏ। ଏପରିକି ଥାଇରଏଡ୍‌ ଓ ସ୍ତନ କର୍କଟରେ ମଧ୍ୟ ଏବେ ଏହି ଅସ୍ତ୍ରୋପଚ‌ାର ମାଧ୍ୟମରେ ରୋଗ ଚିକିତ୍ସା କରାଯାଉଛି।

ଡାକ୍ତର ପ୍ରଶାନ୍ତ ଚନ୍ଦ୍ର ଦାସ 
କର୍କଟ ଅସ୍ତ୍ରୋପଚାର ବିଶେଷଜ୍ଞ,
ଆପୋଲୋ କ୍ୟାନ୍‌ସର୍‌ ସେଣ୍ଟର୍‌, 
ଭୁବନେଶ୍ୱର
ଫୋନ୍‌: ୭୩୭୭୫୫୯୬୭୨

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.