Breaking News

ଖଜୁରୀପଡା ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାୟର

0

ଫୁଲବାଣୀ / ଖଜୁରୀପଡା : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାର ଭାରପ୍ରାପ୍ତ ଅଧିକାରୀ ଚାପଧାରୀ ପ୍ରଧାନଙ୍କ ବିରୁଦ୍ଧରେ ଥାନାରେ ଆଦିବାସୀମାନଙ୍କୁ ମାର ପିଟ ଓ ଦୁର୍ବ୍ଯବହାର କରିଥିବା ଘଟଣାକୁ ନେଇ ଏକ ମକଦ୍ଦମା ରୁଜୁ ହୋଇଛି। ଏତେଲା ନଂ ୧୨୭. ଅନୁଯାୟୀ ଗତ ୨୦/୮/୨୦୨୪ ଆନୁଯାୟୀ ରୁଜୁ ହୋଇଥିବା ଏହି ମାମଲାର ତଦନ୍ତ ଭାର ଏସଡିପିଓ ସୁପ୍ରସନ ମଳିକ ଗ୍ରହଣ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ଏପ୍ରିଲ ମାସ ୧୮ ତାରିଖରେ ଖଜୁରୀପଡା ସ୍ଥିତ ମୁନଷ୍ଟାର ହୋଟେଲରେ ନିର୍ବାଚନ ସମୟରେ ମଧ୍ୟ୍ୟ ରାତ୍ରି ପର୍ଯ୍ୟନ୍ତ ହୋଟେଲ ଭିତରେ ମଦ କାରବାର ହେଉଥିବା ଖବର ପାଇ ସେଠାରେ ପୋଲିସ ପହଞ୍ଚିଥିଲା ଓ ହୋଟେଲ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା ।

ହୋଟେଲରେ କାର୍ଯ୍ୟକରୁଥିବା ସପ୍ଲାୟାର ଓ ମାଲିକ ମିଶି କାର୍ଯ୍ୟରତ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରିଥିବା ଯୋଗୁଁ ସେମାନଙ୍କ ନାମରେ ପୋଲିସ କେଶ କରିଥିଲା। ପୋଲିସ ଛାନଭିନ କରିବା ସମୟରେ କିଛି ବି ମଦ ଜବତ କରିବାରେ ପୋଲିସ ସକ୍ଷମ ହୋଇନଥିଲେ, ତେବେ ହୋଟେଲରେ କାର୍ଯ୍ୟ କରୁଥିବା ଦୁଇ ଆଦିବାସୀ ସପ୍ଲାଇର ସାଗର ଯାନୀ ଓ କପିଳାଶ ମଲ୍ଲିକଙ୍କୁ ମଦ କୋଉଠି ଲୁଚେଇ ରଖିଛ ବୋଲି କହି ନିସ୍ତୁକ ମାଡମାରିଥିଲେ । ସପ୍ଲାଇୟରମାନଙ୍କୁ ପୋଲିସ ମାଡ଼ ମାରୁଥିବା ବେଳେ ହୋଟେଲ ମାଲିକ ସୁବ୍ରତ ସାହୁ ମଦ ପାଇଲ ନାହିଁ ସପ୍ଲାଇରମାନଙ୍କୁ କାହିଁକି ମାଡ଼ ମାରୁଛ ବୋଲି ପ୍ରତିବାଦ କରିଥିଲେ ।

ପୋଲିସ ହୋଟେଲ ମାଲିକଙ୍କୁ ମଧ୍ୟ ପୋଲିସ ନିସ୍ତୁକ ମାତ ମାରିଥିଲେ ବୋଲି ପୋଲିସ ବିରୁଦ୍ଧରେ ପାଲଟା ଅଭିଯୋଗ କରିବା ସହିତ ଏହାର ପ୍ରତିବାଦ ସ୍ୱରୂପ ହୋଟେଲ ମାଲିକ ଓ ସପ୍ଲାଇର ମନେ ଖଜୁରୀପଡା ଥାନାରେ ଏକ ଏତେଲା ଦେଇଥିଲେ। କିନ୍ତୁ ଖଜୁରୀପଡା ଥାନାରେ ଅଭିଯୁକ୍ତମାନଙ୍କ ଏତେଲା ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ଆଣି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିକଟରେ ସେମାନେ ଫେରାଦ ହୋଇଥିଲେ ମଧ୍ୟ ଉପଯୁକ୍ତ ଭାବେ ତଦନ୍ତ କରାଗଲା ନାହିଁ ।ଯାହାଫଳରେ ଦୁଇ ଆଦିବାସୀ ସପ୍ଲାଇର ଜାତୀୟ ଏସଟି କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ।

ଏସଟି କମିଶନଙ୍କ ଠାରୁ ତଦନ୍ତ ପାଇଁ ନିର୍ଦେଶ ଆସିବା ପରେ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ଜିଲ୍ଲା ଦୌରା ଜର୍ଜଙ୍କ ଠାରେ ଏକ ଓ୍ୱାନସିସି କେଶ ଫାଇଲ କରାଯିବା ପରେ ଘଟଣାଟି ପୋଲିସ ମହାନିର୍ଦେଶକଙ୍କ ନିର୍ଦେଶରେ ଗତ ୨୦/୮/୨୪ ରେ ଖଜୁରୀପଡା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ବିରୁଦ୍ଧରେ ନିଜ ଥାନାରେ ମକଦ୍ଦମା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.