ଭାରତର ନୂଆ ଦିନିକିଆ ଜର୍ସି,ଆଗକୁ ନୂଆ ଲୁକ୍ରେ ନଜର ଆସିବେ ମହିଳା ବ୍ରିଗେଡ୍
ମୁମ୍ବାଇ,୩୦/୧୧: ଭାରତୀୟ ଦଳ ଆଗାମୀ ଦିନିକିଆ ସିରିଜରେ ନୂଆ ଜର୍ସି ପରିଧାନ କରିବ । ବିସିସିଆଇ ସମ୍ପାଦକ ଜୟ ଶାହ ଏବଂ ମହିଳା ଦଳର ଅଧିନାୟିକା ହର୍ମନପ୍ରୀତ କୌର ମୁମ୍ବାଇରେ ଜର୍ସି ଉନ୍ମୋଚନ କରିଛନ୍ତି । ଜର୍ସିର କାନ୍ଧରେ ୩ଟି ରଙ୍ଗ ଧଳା, କମଳା ଓ ସବୁଜ ରହିଛି । କୌର ନୂଆ ଜର୍ସିକୁ ନେଇ ଖୁସି ରହିଛନ୍ତି ।
ସେ କହିଛନ୍ତି, ‘ଆମେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମେ ଏହି ଜର୍ସି ପରିଧାନ କରିବାକୁ ଯାଉଥିବାରୁ ବହୁତ ଖୁସି ରହିଛୁ ।’ ମହିଳା ଦଳ ୱେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବ । ଡିସେମ୍ବର ୧୫, ୧୭ ଓ ୧୯ରେ ୩ଟି ଟି-ଟ୍ୱେଣ୍ଟି ଭାରତ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଏହାପରେ ୨୨, ୨୪ ଓ ୨୭ରେ ୩ଟି ଦିନିକିଆ ଖେଳାଯାଇ ସିରିଜ୍ ଶେଷ ହେବ । ପୁଣି ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜାନୁଆରୀ ୧୦, ୧୨ ଓ ୧୫ ତାରିଖରେ ରାଜକୋଟରେ ଖେଳାଯିବ ।
ସୌଜନ୍ୟ-ପ୍ରମେୟ



