Breaking News

ଖରାପ ସିବିଲ୍ ସ୍କୋର୍‌ ପାଇଁ ଭାଙ୍ଗିଲା ବାହାଘର

ଜାତକ ନ ମିଶିବା, ‌ଅଧିକ ଯୌତୁକ ମାଗିବା ଭଳି କାରଣ ଲାଗି ବାହାଘର ଭାଙ୍ଗିଯିବା କିଛି ନୂଆ କଥା ନୁହେଁ। କିନ୍ତୁ ସିବିଲ୍‌ ସ୍କୋର୍‌ କମ୍ ଥିବା କାରଣରୁ ବାହାଘର ଭାଙ୍ଗିଯିବା ଭଳି ଏକ ଘଟଣା ମହାରାଷ୍ଟ୍ରର ମୁର୍ତିଜାପୁରରେ ଘଟିଛି।

ମୁମ୍ବାଇ: ଜାତକ ନ ମିଶିବା, ‌ଅଧିକ ଯୌତୁକ ମାଗିବା ଭଳି କାରଣ ଲାଗି ବାହାଘର ଭାଙ୍ଗିଯିବା କିଛି ନୂଆ କଥା ନୁହେଁ। କିନ୍ତୁ ସିବିଲ୍‌ ସ୍କୋର୍‌ କମ୍ ଥିବା କାରଣରୁ ବାହାଘର ଭାଙ୍ଗିଯିବା ଭଳି ଏକ ଘଟଣା ମହାରାଷ୍ଟ୍ରର ମୁର୍ତିଜାପୁରରେ ଘଟିଛି। ବାହାଘର ନିଷ୍ପତ୍ତି ନେବା ବେଳେ କନ୍ୟା ପକ୍ଷ ବରର ସିବିଲ୍‌ ସ୍କୋର୍‌ କେତେ ଜଣାଇବାକୁ କହିଥିଲେ।

ସେଥିରୁ ଯାହା ସାମ୍ନାକୁ ଆସିଲା ସେଥିରେ କନ୍ୟା ଘର ଲୋକ ଚକିତ ହୋଇପଡ଼ିଥିଲେ। ବର ନାମରେ ବିଭିନ୍ନ ବ୍ୟାଙ୍କରେ ଏକାଧିକ ଋଣ ଥିବା ସେମାନେ ଜାଣିବାକୁ ପାଇଥିଲେ। ବରର ଖରାପ ସିବିଲ୍‌ ସ୍କୋର୍‌ ଦେଖି କନ୍ୟା ଘର ଲୋକ ବାହାଘର ଭାଙ୍ଗି ଦେଇଥିଲେ। ଖରାପ ଋଣ ପରିଚାଳନା, କିସ୍ତି ଖିଲାପ କରିବା ଭଳି କାରଣ ପାଇଁ ସିବିଲ୍‌ ସ୍କୋର୍‌ ଦୁର୍ବଳ ହୋଇଥାଏ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.