Breaking News

ଖୁବ୍‌ଶୀଘ୍ର ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ମଳ ଯୋଜନା, ୫୧୭୪.୭୯ କୋଟି ଟଙ୍କା ଖର୍ଚ୍ଚ ଆକଳନ

ଭୁବନେଶ୍ୱର,୦୪/୦୧: ହସ୍ପିଟାଲ୍‌ ସେବା  କାର୍ଯ୍ୟରେ ନିୟୋଜିତ ‘ନିର୍ମଳ’ ଯୋଜନାକୁ ସୁଦୃଢ଼  କରାଯିବ । ଆରମ୍ଭ କରାଯିବ ଦ୍ୱିତୀୟ ପର୍ଯ୍ୟାୟ ନିର୍ମଳ ଯୋଜନା । ଏନେଇ ଏନ୍‌ଏଚ୍‌ଏଚ୍‌ ନିର୍ଦ୍ଦେଶିକାଙ୍କ  ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ  ହୋଇଛି । ଏହି ବୈଠକରେ ନିର୍ମଳ ଯୋଜନା  ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା  ହେଇଛି । ନିର୍ମାଣ ଯୋଜନା ପରିଚାଳନା ଲାଗି ଇଚ୍ଛୁକ  କମ୍ପାନିକୁ ଆମନ୍ତ୍ରଣ କରାଯିବ । ଖୁବ୍‌ଶୀଘ୍ର ଟେଣ୍ଡର  ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ଏପ୍ରିଲ୍‌  ୨୦୨୩ରୁ ଏହି ନିର୍ମଳ ଯୋଜନା ଆରମ୍ଭ ହୋଇଥିଲା ।  ନିର୍ମଳ ଯୋଜନା ଦାୟିତ୍ୱ ନେଇଥିବା କମ୍ପାନି  ହସ୍ପିଟାଲ୍‌ରେ ୩ ବର୍ଷ ପାଇଁ କାର୍ଯ୍ୟ ତୁଲାଇଥିଲେ ।  ବର୍ତ୍ତମାନ ଏହାର ଅବଧି ଶେଷ ହୋଇଛି । ପୁଣି  ଦ୍ୱିତୀୟ ପର୍ଯ୍ୟାୟ ନିର୍ମଳ ଯୋଜନା ୩୧ ମାର୍ଚ୍ଚ ୨୦୨୮  ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୫୧୭୪.୭୯ କୋଟି  ଟଙ୍କା ଖର୍ଚ୍ଚ କରିବା ଆକଳନ କରାଯାଇଛି ।

ରାଜ୍ୟରେ କେତେକ ହସ୍ପିଟାଲ୍‌ରେ ନିର୍ମଳ  ଯୋଜନା ଦାୟିତ୍ୱ ନେଇଥିବା କମ୍ପାନି ତା’ର  କାମ ଠିକ୍‌ରେ କରିପାରୁନାହିଁ । କାମରେ ଠକିବା ସହିତ ରୋଗୀଙ୍କ ସ୍ୱାର୍ଥରେ ବାଧା ଉପୁଜିଛି ବୋଲି  ବାରମ୍ବାର ଅଭିଯୋଗ ଆସୁଛି । ରାଜ୍ୟରେ ଆଚାର୍ଯ୍ୟ  ହରିହର କ୍ୟାନ୍‌ସର ଗବେଷଣା ପ୍ରତିଷ୍ଠାନ ଓ  କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ‘ନିର୍ମଳ ପ୍ଲସ ପ୍ଲସ୍‌’  ଯୋଜନା କାର୍ଯ୍ୟକାରୀ ହେଉଛି । ସେଠାରେ  ଦାୟିତ୍ୱ ନେଇଥିବା କମ୍ପାନି ତା’ର କାର୍ଯ୍ୟରେ  ଅବହେଳା କରୁଛି । ଆଉ ରୋଗୀଙ୍କ ସ୍ୱାର୍ଥରେ ବାଧା  ଉପୁଜିଛି । ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ  କରି ସିକ୍ୟୁରିଟି କର୍ମଚାରୀ ପର୍ଯ୍ୟନ୍ତ ବାରମ୍ବାର  ଆନ୍ଦୋଳନ କରୁଛନ୍ତି । ଆଉ ହସ୍ପିଟାଲ୍‌ କାର୍ଯ୍ୟରେ  ବାଧା ଉପୁଜିଛି । ଫଳରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ  କମ୍ପାନି ବିରୋଧରେ ସ୍ୱାସ୍ଥ୍ୟ ବିଭାଗ ପାଖରେ  ଆପତ୍ତି କରୁଛନ୍ତି ।

ହସ୍ପିଟାଲ୍‌ରେ ସଫେଇ, ସିକ୍ୟୁରିଟି,  ଆଟେଣ୍ଡାଣ୍ଟ, ଲଣ୍ଡ୍ରି ଆଦି କାର୍ଯ୍ୟ ପରିଚାଳନା ପାଇଁ  କମ୍ପାନି ଅସ୍ଥାୟୀ କର୍ମଚାରୀ ନିୟୋଜିତ କରୁଛି । ସେମାନେ ହସ୍ପିଟାଲକୁ ଜୀବାଣୁମୁକ୍ତ ରଖିବା ସହିତ  ହସ୍ପିଟାଲ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.