ଖେଳାଳି ଓ ଅମ୍ପାୟାରରେ ତନ୍ମୟ ପ୍ରଥମ
ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨୦୦୮ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ର ବିଜେତା ହୋଇଥିଲା। ଏହି ଦଳର ସଦସ୍ୟ ଥିବା କୋହଲିଙ୍କ ସାଥୀ ଖେଳାଳି ତଥା ଫାଇନାଲ୍ ମ୍ୟାଚ୍ର ହିରୋ ତନ୍ମୟ....
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨୦୦୮ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ର ବିଜେତା ହୋଇଥିଲା। ଏହି ଦଳର ସଦସ୍ୟ ଥିବା କୋହଲିଙ୍କ ସାଥୀ ଖେଳାଳି ତଥା ଫାଇନାଲ୍ ମ୍ୟାଚ୍ର ହିରୋ ତନ୍ମୟ ଶ୍ରୀବାସ୍ତବ ଆଗାମୀ ଆଇପିଏଲ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି। ଆଇପିଏଲ୍ରେ ଉଭୟ ଖେଳାଳି ଓ ଅମ୍ପାୟାରିଂ କରିବାରେ ସେ ପ୍ରଥମ ବ୍ୟକ୍ତି ହେବେ। ତନ୍ମୟ ୨୦୦୮ ଓ ୨୦୦୯ ଋତୁରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିଲେ। ୩ ପାଳିରୁ ମାତ୍ର ୮ ରନ୍ କରିଥିଲେ। ପରବର୍ତ୍ତୀ ଦୁଇ ଋତୁରେ ସେ ଡେକାନ ଚାଜର୍ସ ଓ କୋଚି ତସ୍କର୍ସ କେରଳ ଦଳରେ ରହିଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନଥିଲେ।
ସେ ଭାରତର ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୬ ପାଳିରୁ ୫୨ ହାରରେ ମୋଟ ୨୬୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ରେ ତନ୍ମୟ ସର୍ବାଧିକ ୪୬ ରନ୍ କରିଥିେଲେ। ବିଶ୍ବକପ୍ର ସେ ମଧ୍ୟ ଅଗ୍ରଣୀ ସ୍କୋରର୍ ଥିଲେ। ତନ୍ମୟ ଉତ୍ତରପ୍ରଦେଶ ପକ୍ଷରୁ ୯୦ ପ୍ରଥମ ଶ୍ରେଣୀ, ୪୦ ଲିଷ୍ଟ ଏ’ ଏବଂ ୩୪ ଟ୍ବେଣ୍ଟି-୨୦ ଖେଳି ୭୦୦୦ରୁ ଅଧିକ ରନ୍ କରିଛନ୍ତି। ୨୦୨୦ରେ ଅବସର ନେବା ପରେ ଅମ୍ପାୟାରିଂ ଜୀବନ ଆରମ୍ଭ କରିଥିଲେ। ଏହି ୫ ବର୍ଷ ମଧ୍ୟରେ ରଣଜୀ ଓ ବିଜୟ ହଜାରେ ଟ୍ରଫି ସହ ଅନେକ ଘରୋଇ କ୍ରିକେଟ୍ ମ୍ୟାଚ୍ ପରିଚାଳନା କରିଛନ୍ତି େସ।
Comments are closed.