Breaking News

ଖେଳ ପୂର୍ବରୁ ଦଳର ମନବୋଳ ବୃଦ୍ଧି ପାାଇଁ ପ୍ରୀତି ସେୟାର କଲେ ଏଭଳି ପୋଷ୍ଟ

ପ୍ରୀତି ଆଇପିଏଲର ଚଳିତ ସିଜିନରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ସେୟାର କରି ଦଳକୁ ଉତ୍ସର୍ଗୀକୃତ କରି ଦଳର ମନବୋଳ ବୃଦ୍ଧି ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ‌ କରିଛନ୍ତି।

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ଆଇପିଏଲ ୨୦୨୫ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ଏହି କ୍ରମରେ ଟିମର ସହ-ମାଲିକ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦଳକୁ ଉତ୍ସାହିତ କରିବା ସହିତ ମନବୋଳ ବୃଦ୍ଧି କରିବା ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି।

ପ୍ରୀତି ଆଇପିଏଲର ଚଳିତ ସିଜିନରେ ପଞ୍ଜାବ କିଙ୍ଗ୍ସର ଖେଳରେ ନିରନ୍ତର ଯୋଗ ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ସେୟାର କରି ଦଳକୁ ଉତ୍ସର୍ଗୀକୃତ କରି ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ମଧ୍ୟ ଲେଖିଛନ୍ତି।

ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରୀତି ଲେଖିଛନ୍ତି, “ଆମର ଡାଇନାମିକ ସରପଞ୍ଚ ଶ୍ରେୟାସ ଆୟର, ଆମର ଉତ୍ସାହୀ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ସମଗ୍ର ପ୍ରଶିକ୍ଷକ କର୍ମଚାରୀ ଏବଂ ପଞ୍ଜାବ କିଙ୍ଗ୍ସର ସମସ୍ତ ସଦସ୍ୟଙ୍କ ନେତୃତ୍ୱରେ ଏକ ସୁପର ଟିମ ପ୍ରୟାସ ପରେ ପଞ୍ଜାବ କିଙ୍ଗ୍ସ ଆଇପିଏଲ ଫାଇନାଲରେ ପହଞ୍ଚିଛି। ଏହାପରେ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଛି। ଆଉ ଗୋଟିଏ ଖେଳ ବାକି ଅଛି … କେବଳ ଜିତିବାକୁ ପଡିବ, ଆଇପିଏଲ ୨୦୨୫।’

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.