Breaking News

ଖେଳ ରତ୍ନ ପୁରସ୍କାର ଘୋଷଣା: ମନୁ ଭାକରଙ୍କ ସମେତ ଏହି ସବୁ ଖେଳାଳି ହେବେ ସମ୍ମାନିତ

ନୂଆଦିଲ୍ଲୀ,୨।୧: ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ମନୁ ଭାକର, ଡି ଗୁକେଶଙ୍କ ବ୍ୟତୀତ ପ୍ରବୀଣ କୁମାରଙ୍କୁ ମଧ୍ୟ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜର ଅଧିନାୟକତ୍ୱରେ ହକି ଦଳ ପାଇଁ ବ୍ରୋଞ୍ଜ ପଦକ ଜିତାଇଥିବା ହରମନପ୍ରୀତ ସିଂ ମଧ୍ୟ ଖେଳ ରତ୍ନ ପାଇବେ। ସମ୍ମାନ ସମାରୋହ ୧୭ ଜାନୁଆରୀ ୨୦୨୫ରେ ରାଷ୍ଟ୍ରପତି ଭବନରେ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ।

କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି ସରକାର ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆପଣଙ୍କୁ ମନେ ପକାଇଦେଉଛୁ ଯେ କିଛି ଦିନ ପୂର୍ବେ ମନୁ ଭାକରଙ୍କ ନାମ ଖେଳ ରତ୍ନ ପୁରସ୍କାର ପାଇବାକୁ ସୁପାରିଶ ହୋଇଥିବା ଆଥଲେଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ ବିବାଦ ଉପୁଜିଥିଲା। ତେବେ ପରେ ମନୁ ନିଜେ ସ୍ବୀକାର କରିଥିଲେ ଯେ ବୋଧହୁଏ ତାଙ୍କ ତରଫରୁ କିଛି ଭୁଲ ହୋଇଛି।

ପ୍ୟାରିସ ଅଲିମ୍ପିକ୍ସରେ ଶୁଟିଂରେ ୨ ପଦକ ଜିତି ମନୁ ଭାକର ଇତିହାସ ସୃଷ୍ଟି କରିଥିଲେ। ଏହା କରି ସମାନ ଅଲିମ୍ପିକ୍ସର ଏକକ ପ୍ରତିଯୋଗିତାରେ ସେ ଦୁଇଟି ଭିନ୍ନ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଥିଲେ। ସେହିଭଳି ହରମନପ୍ରୀତ ସିଂ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଦଳକୁ ବ୍ରୋଞ୍ଜ ପଦକ ଦେଇଥିଲେ। କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ସେହିପରି ଡି ଗୁକେଶ କିଛି ସପ୍ତାହ ପୂର୍ବରୁ ଚେସ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହୋଇଥିଲେ। ସେ ମାତ୍ର ୧୮ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.