Breaking News

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଏମପି କମିଟି ବୈଠକ

ଭର୍ତ୍ତୃହରି ସଭାପତି ମନୋନୀତ

0
ପୂର୍ବତଟର ରେଳପଥର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ଏମ୍ ପି ମାନଙ୍କ ବିଭାଗୀୟ କମିଟି ବୈଠକ ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଏମପି ମାନେ ଉପସ୍ଥିତ ରହି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କ ଵାଲ ଓ ଅନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ସହ ବିଭିନ୍ନ ଭିତ୍ତିଭୂମି,ଯାତ୍ରୀସେବା ସମ୍ବଦ୍ଧରେ ଆଲୋଚନା କରିଥିଲେ | ଏହି ଅବସରରେ ଏମପି ଭର୍ତ୍ତୃହରି ମହତାବଙ୍କୁ ବିଭାଗୀୟ କମିଟି ସଭାପତି ଭାବରେ ମନୋନୀତ କରାଯାଇଛି|କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ତଥା ଶ୍ରୀକାକୁଲମ ଏମପି କେ.ରାମମୋହନ ନାଇଡୁ ,ଜଗତସିଂହପୁର ଏମପି ବିଭୁ ପ୍ରସାଦ ତରାଇ ,ପୁରୀ ଏମପି ଡ.ସମ୍ବିତ ପାତ୍ର, ରାଜ୍ୟସଭା ସଦସ୍ୟ ସୁଲତା ଦେଓ ,ଏମପି ସୁଭାଷ ଖୁଣ୍ଟିଆ ,ବ୍ରହ୍ମପୁର ଏମପିଡ଼ି ଡ.ପ୍ରଦୀପ କୁମାର ପାଣିଗ୍ରାହୀ ,କେନ୍ଦୁଝର ଏମପି  ଅନନ୍ତ ନାୟକ ,କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ,ଯାଜପୁର ଏମପି ଡ. ରବୀନ୍ଦ୍ର ନାରାୟଣ ବେହେରା ,ଭଦ୍ରକ ଏମପି ଅଭିମନ୍ୟୁ ସେଠୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ | ଖୋର୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଚାଲୁରହିଥିବା ପ୍ରକଳ୍ପ ,ଟ୍ରେନ ସେବା,ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ | ଯାତ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା ସହ ନୂତନ ରେଳଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ସେହିପରି ରୋଡ ଅଣ୍ଡର ବ୍ରିଜ (ଉପାମାର୍ଗ) ଏବଂ ରୋଡ ଓଭର ବ୍ରିଜର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଷ୍ଟେସନ୍ଗୁଡିକରେ ଯାତ୍ରୀଙ୍କ ସୁବିଧା ସୁଦୃଢ କରିବା ପାଇଁ ଏମପିମାନେ ପରାମର୍ଶ ଦେଇଥିଲେ | ଟ୍ରେନ ,ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛାତାକୁ ବିଶେଷ ଧ୍ୟାନଦେବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଥିଲା| ଆୟୋଜିତ ବୈଠକରେ ଖୋର୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏଚ. ଏସ. ବଜବଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ବିଭାଗୀୟ ଅଧିକାରୀ ଓ ଖୋର୍ଧାରୋଡ଼ ରେଳମଣ୍ଡଳର ଅଧିକାରୀମାନେ ଉପସ୍ଥିତ ଥିଲେ |
ସୌଜନ୍ୟ – ଧରିତ୍ରୀ
Leave A Reply

Your email address will not be published.