Breaking News

ଖୋଲିଲା ରାଜଭବନ ଉଦ୍ୟାନ

ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଆଜିଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ବିଭିନ୍ନ ପ୍ରକାର ଫୁଲ ଉଦ୍ୟାନର ଶୋଭା ବଢ଼ାଉଛି। କିଏ ସାଙ୍ଗଙ୍କ ସହିତ ଆସି ସେଲ୍ଫି ନେବାରେ ବ୍ୟସ୍ତ ତ ଆଉ କିଏ ପରିବାର ସହିତ ଆସି ବୁଲିବୁଲି ଫୁଲକୁ ଦେଖି ବିମୋହିତ ହେଉଛି।

ଭୁବନେଶ୍ୱର: ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଆଜିଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ବିଭିନ୍ନ ପ୍ରକାର ଫୁଲ ଉଦ୍ୟାନର ଶୋଭା ବଢ଼ାଉଛି।  କିଏ ସାଙ୍ଗଙ୍କ ସହିତ ଆସି ସେଲ୍ଫି ନେବାରେ ବ୍ୟସ୍ତ ତ ଆଉ କିଏ ପରିବାର ସହିତ ଆସି ବୁଲିବୁଲି ଫୁଲକୁ ଦେଖି ବିମୋହିତ ହେଉଛି। ଦର୍ଶକମାନେ ରାଜକୀୟ ଉଦ୍ୟାନ ବ୍ୟତୀତ ଭବନ ପରିସରରେ ଥିବା ମ୍ୟୁଜିକାଲ ଫାଉଣ୍ଟେନ୍‌, ୱାଟର ଫଲ୍, ଖୋଲା ଆକ୍ୱାରିୟମ୍‌, ହରିଣ ପାର୍କ, ମୟୂର ଓ ଅନ୍ୟାନ୍ୟ ପକ୍ଷୀ ଘର ପରିଦର୍ଶନ କରି ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ଆଜି ତିନି ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ରାଜଭବନର ମନୋରମ ଉଦ୍ୟାନ ପରିଦର୍ଶନ କରିଛନ୍ତି।

ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ  ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହିବ। କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏଥିପାଇଁ ଦର୍ଶକଙ୍କୁ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ ରାଜଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍‌ଲୋଡ କରିବାକୁ ପଡ଼ିବ। ଧାର୍ଯ୍ୟ ତାରିଖ ଅବଧି ମଧ୍ୟରେ ଅପରାହ୍ନ ସାଢ଼େ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ପ୍ରତିଦିନ (ରବିବାର ବ୍ୟତୀତ) ସକାଳ ସାଢ଼େ ୮ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏ ସମ୍ପର୍କରେ ଏଡିସି ଚିଫ୍ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ  ଅନୁରୋଧ ପତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି।

ପିଲାଙ୍କୁ ଚକଲେଟ୍‌ ଓ ପେନ୍‌ ବାଣ୍ଟିଲେ ରାଜ୍ୟପାଳ କାର୍ଯ୍ୟକ୍ରମର ପ୍ରଥମ ଦିନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପତି ଓ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍‌ପତି ଛୋଟ ପିଲାଙ୍କ ସହ କଥାବାର୍ତ୍ତା କରିବା ସହିତ ସେମାନଙ୍କୁ ପେନ୍‌ ଓ ଚକଲେଟ୍‌ ପ୍ରଦାନ କରିଥିଲେ। ଏଥିସହିତ ଉଦ୍ୟାନ ପରିଦର୍ଶନ କରିଥିବା ଭିନ୍ନକ୍ଷମମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.