Breaking News

ଗଜପତି, ରାୟଗଡ଼ାକୁ ନିତି ଆୟୋଗ ପୁରସ୍କାର

ନିତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୦ଟି ରାଜ୍ୟର ୧୪ଟି ଜିଲ୍ଲାକୁ ୬୦ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ସେଥିରେ ଓଡ଼ିଶାର ଦୁଇଟି ଜିଲ୍ଲା ଗଜପତି ଓ ରାୟଗଡ଼ା ନାମ ରହିଛି।

ଭୁବନେଶ୍ବର: ନିତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୦ଟି ରାଜ୍ୟର ୧୪ଟି ଜିଲ୍ଲାକୁ ୬୦ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ସେଥିରେ ଓଡ଼ିଶାର ଦୁଇଟି ଜିଲ୍ଲା ଗଜପତି ଓ ରାୟଗଡ଼ା ନାମ ରହିଛି। ସାମଗ୍ରିକ ବିକାଶ ଆଣିପାରିଥିବା ରାୟଗଡ଼ା ଜିଲ୍ଲାକୁ ୫ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି, ଶିକ୍ଷା‌ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିଥିବାରୁ ଗଜପତିକୁ ୩ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି। ନିତି ଆୟୋଗ ତରଫରୁ ବିହାରର ୩ଟି, ମଧ୍ୟପ୍ରଦେଶର ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ, ଆସାମ, ରାଜସ୍ଥାନ, ଗୁଜରାଟ, ସିକିମ, ଜମ୍ମୁ ଓ କାଶ୍ମୀର ଓ ଛତିଶଗଡ଼ର ଗୋଟିଏ ଲେଖାଏଁ ଜିଲ୍ଲାକୁ ପୁରସ୍କୃତ କରାଯାଇଛି।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ: ପ୍ରଗତିର ମଡେଲ୍‌ ପାଲଟିଛନ୍ତି

ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଓ ଗୁଜରାଟର ନର୍ମଦା ଜିଲ୍ଲାକୁ ସାମଗ୍ରିକ ବିକାଶ ପାଇଁ ସର୍ବାଧିକ ୧୦ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି। ନବସୃଜନ, ସହଯୋଗିତା ଓ ଡାଟା ପରିଚାଳିତ ପ୍ରଶାସନ ଜରିଆରେ ଆହ୍ବାନକୁ ସୁଯୋଗରେ ପରିଣତ କରିଥିବା ଜିଲ୍ଲାଗୁଡ଼ିକୁ ନିତି ଆୟୋଗ ପକ୍ଷରୁ ‘ବିକାଶର ମଡେଲ୍‌’ ଭାବେ ଚିହ୍ନଟ କରାଯାଇଛି। ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ଶିକ୍ଷା, କୃଷି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭିତ୍ତିଭୂମି ପର୍ଯ୍ୟନ୍ତ, ଏହି ଜିଲ୍ଲାଗୁଡ଼ିକ ଦର୍ଶାଇଛନ୍ତି ଯେ ସଠିକ୍ ଲକ୍ଷ୍ୟ ଓ କାର୍ଯ୍ୟକାରୀତା ଦ୍ବାରା ରୂପାନ୍ତରଣ କେବଳ ଲକ୍ଷ୍ୟ ନୁହେଁ ବାସ୍ତବତାରେ ପରିଣତ ହୋଇପାରିବ। ଜିଲ୍ଲାର ଅଧିକାରୀ, ଆଗଧାଡ଼ିର କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀର ଅକ୍ଳାନ୍ତ ପରିଶ୍ରମ ବଳରେ ଏହି ସଫଳତା ମିଳିପାରିଛି। ସମସ୍ତେ ଏକ ଅର୍ନ୍ତଭୁକ୍ତୀକରଣ ଅଭିବୃଦ୍ଧି ଓ ନିରନ୍ତର ବିକାଶ ଦିଗରେ କାର୍ଯ୍ୟ କରିଥିବା ନିତି ଆୟୋଗ କହିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.