Breaking News

ଗାଜା ଯୁଦ୍ଧବିରତି ନେଇ ହମାସ-ଇସ୍ରାଏଲ ସହମତି: ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହୋଇପାରେ

ଗାଜାରେ ଯୁଦ୍ଧର ଅବସାନ ଘଟାଇବାକୁ ପୁଣିଥରେ କତରରେ ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ଯୁଦ୍ଧବିରତି ବୁଝାମଣା ନେଇ ସହମତି ଚୂଡ଼ାନ୍ତ ହୋଇଛି। ଏହି ଆଲୋଚନାରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି...

ଜେରୁଜେଲମ୍‌: ଗାଜାରେ ଯୁଦ୍ଧର ଅବସାନ ଘଟାଇବାକୁ ପୁଣିଥରେ କତରରେ ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ଯୁଦ୍ଧବିରତି ବୁଝାମଣା ନେଇ ସହମତି  ଚୂଡ଼ାନ୍ତ ହୋଇଛି। ଏହି ଆଲୋଚନାରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ୍‌ ୱିଟ୍‌କୋଫ୍‌, ବାଇଡେନ୍‌ଙ୍କ ପ୍ରତିନିଧି ବ୍ରେଟ୍‌ ମ୍ୟାକ୍‌ଗୁର୍କ, କତାର ପ୍ରଧାନମନ୍ତ୍ରୀ ଶେକ୍‌ ମହମ୍ମଦ ବିନ୍‌ ଅବ୍‌ଦୁଲ୍ଲାରହମାନ୍‌ ଅଲ୍‌ ଥାନି, ଇସ୍ରାଏଲ ପ୍ରତିନିଧି ଭାବେ ଗୁଇନ୍ଦା ବିଭାଗ ମୋସାଦର ନିର୍ଦ୍ଦେଶକ ଡେଭିଡ୍‌ ବାର୍ନିଆ, ରୋନେନ୍‌ ବାର୍‌, ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥାର ନିର୍ଦ୍ଦେଶକ ଶିନ୍‌ ବେତ୍‌ ପ୍ରମୁଖ ଯୋଗ ଦେଇଛନ୍ତି।

କତର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ୍‌ ଅଲ୍‌ ଅନସାରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଓ ଯୁଦ୍ଧବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଗତମାସ କେତେ ମାସ ଧରି ଯେଉଁ ଆଲୋଚନା ଚାଲିଥିଲା, ଆଜିର ଆଲୋଚନା ସବୁଠାରୁ ଅଧିକ ଫଳପ୍ରଦ ବୋଲି କୁହାଯାଇପାରିବ। ହମାସ ମଧ୍ୟ ଆଲୋଚନାର ସଫଳତା ନେଇ ଆଶା ବ୍ୟକ୍ତ କରିଛି। ଚୁକ୍ତିର ସର୍ତ୍ତାବଳୀ ସମ୍ପର୍କରେ ବୁଝାମଣା ଆପାତତଃ ଚୂଡ଼ାନ୍ତ ହୋଇଛି। ଯଦି ସବୁ ଠିକ ରୁହେ ତେବେ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ । ଜଣେ ଇସ୍ରାଏଲ ଅଧିକାରୀ ମଧ୍ୟ ବୁଝାମଣା ଚୂଡ଼ାନ୍ତ ହେବା ନେଇ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି,  ଆମେ ଖୁବ୍‌ଶୀଘ୍ର ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବୁ। ସୂଚନାଯୋଗ୍ୟ, ଗତକାଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ କହିଥିଲେ, ଚୁକ୍ତିର ସର୍ତ୍ତ ମଧ୍ୟରେ ଅପହୃତଙ୍କ ମୁକ୍ତି, ଯୁଦ୍ଧର ଅବସାନ, ଇସ୍ରାଏଲକୁ ସୁରକ୍ଷା ଓ ପାଲେଷ୍ଟାଇନ୍‌କୁ
ମାନବୀୟ ସହାୟତା ରହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.