Breaking News

ଗାଜିପୁର ସୀମାରେ ପୋଲିସକୁ ରାହୁଲ କହିଲେ, ଆପଣଙ୍କ ଗାଡ଼ିରେ ପଛେ ନେଇ ଯାଆନ୍ତୁ, ମୋତେ ଯିବାକୁ ଦିଅନ୍ତୁ

ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ସମ୍ଭଲ ଯାଉଛନ୍ତି। ସେପଟେ ପୋଲିସ ତାଙ୍କୁ ଗାଜିପୁର ସୀମାରେ ଅଟକାଇଛି। ରାହୁଲଙ୍କ ସହ ତାଙ୍କ ଭଉଣୀ ତଥା ୱାୟନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଅଛନ୍ତି।
ସେପଟେ ପୋଲିସ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ନୋଟିସ ଦେଇଛି। ରାହୁଲ ଏବଂ ପ୍ରିୟଙ୍କାଙ୍କୁ ପୋଲିସ କହିଛି ଯେ ସମ୍ଭଲରେ ବିଏନଏସର ଧାରା ୧୬୩ ଲାଗୁ ହୋଇଥିବାରୁ ପ୍ରଶାସନ ନିଷେଧାଦେଶ ଜାରି କରିଛି ତେଣୁ ସେମାନେ ସେଠାକୁ ଯାଇପାରିବେ ନାହିଁ।
ସେପଟେ ରାହୁଲ ପୋଲିସକୁ ଅନୁରୋଧ କରିଥିବା ସୂଚନା ମିଳିଛି। ୟୁପି କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେଙ୍କ କହିବାନୁସାରେ, ରାହୁଲ ଗାନ୍ଧୀ ତାଙ୍କୁ ଏକୁଟିଆ ଯିବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ଯଦି ତୁମେ ମୋ କାରରେ ଯିବାକୁ ଚାହୁଁନାହଁ, ତେବେ ମୋତେ ତୁମ କାରରେ ନେଇଯାଅ। ତେବେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଏହାର ଅନୁମତି ଦେଇନାହିଁ।
ସୂଚନା ଅନୁଯାୟୀ, ରାହୁଲଙ୍କ ଏହି ପ୍ରସ୍ତାବ ଉପରେ ପୋଲିସ ଏବଂ ପ୍ରଶାସନିକ କର୍ମଚାରୀ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।
ସୌଜନ୍ୟ-ଧରିତ୍ରୀ

Comments are closed.