Breaking News

ଗିରଫ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ବିଳାସପୂର୍ଣ୍ଣ ପ୍ରାସାଦରେ ପାଣିପାଉଚ କାରଖାନା ଓ ଫର୍ଣ୍ଣିଚର୍ ସୋରୁମ୍ ଠାବ କଲା ଭିଜିଲାନ୍ସ

ଜାରକା ଆରଡି ଡିଭିଜନର ଗିରଫ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ଗାଁରେ ଥିବା ତାଙ୍କର ବିଳାସପୂର୍ଣ୍ଣ କୋଠାରେ ଦୁଇଟି ଫର୍ଣ୍ଣିଚର୍ ସୋରୁମ୍ ଓ ପାଣି ପାଉଚ୍ କାରଖାନା ଠାବ କରିଛି ଭିଜିଲାନ୍ସ ଟିମ୍।

ବାଲିଅନ୍ତା/କଟକଯାଜପୁର ଜିଲ୍ଲା ଜାରକା ଆରଡି ଡିଭିଜନର ଗିରଫ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ଗାଁରେ ଥିବା ତାଙ୍କର ବିଳାସପୂର୍ଣ୍ଣ କୋଠା ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ୍। ତାଙ୍କ ଘରେ ୧୨ଜଣିଆ ଭିଜିଲାନ୍ସ ଟିମ୍ ପହଞ୍ଚି ଚଢ଼ଉ ଜାରି ରଖିଛି। ମାତ୍ର କିଛି ବର୍ଷର ଚାକିରି ସମୟରେ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା କିଭଳି ଏତେ ବଡ଼ ଘର ନିର୍ମାଣ କଲେ, ତାର ଛାନଭିନ କରୁଛି ଭିଜିଲାନ୍ସ। ଉକ୍ତ ଘରର ଇଣ୍ଟେରି୍ରଅର୍ କାମ ଦେଖିଲେ ଲାଗୁଛି, ଏଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ତେଣେ ଏହି ବିଳାସପୂର୍ଣ୍ଣ ପ୍ରାସାଦର ମୂଲ୍ୟ ବହୁ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍ ଆକଳନ କରିଥିବା କୁହାଯାଉଛି। ଏଣେ ତାଙ୍କର ଦୁଇଟି ଫର୍ଣ୍ଣିଚର୍ ସୋରୁମ୍ ବି ଠାବ ହୋଇଛି। ତେଣେ ଏକ ପାଣି ପାଉଚ୍ କାରଖାନା ବି ଠାବ କରିଛି ଭିଜିଲାନ୍ସ ଟିମ୍। ଏଠାରେ ଚୋରା କାଠ ଆଣି ଫର୍ଣ୍ଣିଚର୍ ତିଆରି ହେଉଥିବାର ସନ୍ଦେହ କରାଯାଉଛି। ଏଥିଲାଗି କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ବନ ବିଭାଗ ବି ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେଣେ ତାଙ୍କ ଘରୁ ଲକ୍ଷାଧିକ  ନଗଦ ଟଙ୍କା ଓ ବହୁ ମୂଲ୍ୟବାନ ସୁନାଗହଣା ବି ଜବତ କରିଛି ଭିଜିଲାନ୍ସ ଟିମ୍।

କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି। ତାଙ୍କ ଅବଶିଷ୍ଟ ସମ୍ପତ୍ତିର ଆକଳନ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଯାଜପୁର ଜିଲ୍ଲା କୁଆଖିଆ ସେକ୍ସନ୍ର ଜାରକା ଆରଡି ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଥିବା ଭୀମସେନ ମହାରଣା ଠିକାଦାରଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ନେଉଥିଲେ। ଏ ସମ୍ପର୍କିତ ଅଭିଯୋଗ ଭିଜିଲାନ୍ସ କାର୍ଯ୍ୟାଳୟରେ ବାରମ୍ବାର ପହଞ୍ଚିଥିଲା। ତେଣୁ କଟକ ଭିଜିଲାନ୍ସର ଏକ ଟିମ୍ ଭୀମସେନଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା। ଶୁକ୍ରବାର କଟକ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଶ୍ରୀ ମହାରଣା ଟଙ୍କା ଧରି ତାଙ୍କ ବ୍ୟକ୍ତିଗତ କାରରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ଗାଁରୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା  କେଉଁଠାରୁ ଆଣିଥିଲେ ସେ ସଂପର୍କରେ ଶ୍ରୀ ମହାରଣା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଭିଜିଲାନ୍ସର ଆଉ ଏକ ଟିମ୍ ଶ୍ରୀ ମହାରଣାଙ୍କ ବାଲିଅନ୍ତା ଘର, କୁଆଖିଆରେ ଥିବା ଅଫିସରେ ଚଢ଼ଉ କରିଛି। ଏ ନେଇ କଟକ ଭିଜିଲାନ୍ସ ଟିମ୍ ଏକ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି। ତାଙ୍କ ଅବଶିଷ୍ଟ ସମ୍ପତ୍ତିର ଆକଳନ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଯାଜପୁର ଜିଲ୍ଲା କୁଆଖିଆ ସେକ୍ସନ୍ର ଜାରକା ଆରଡି ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଥିବା ଭୀମସେନ ମହାରଣା ଠିକାଦାରଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ନେଉଥିଲେ। ଏ ସମ୍ପର୍କିତ ଅଭିଯୋଗ ଭିଜିଲାନ୍ସ କାର୍ଯ୍ୟାଳୟରେବାରମ୍ବାର ପହଞ୍ଚିଥିଲା। ତେଣୁ କଟକ ଭିଜିଲାନ୍ସର ଏକ ଟିମ୍ ଭୀମସେନଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା।ଶୁକ୍ରବାର କଟକ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଶ୍ରୀ ମହାରଣା ଟଙ୍କା ଧରି ତାଙ୍କ ବ୍ୟକ୍ତିଗତ କାରରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ଗାଁରୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା  କେଉଁଠାରୁ ଆଣିଥିଲେ ସେ ସଂପର୍କରେ ଶ୍ରୀ ମହାରଣା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଭିଜିଲାନ୍ସର ଆଉ ଏକ ଟିମ୍ ଶ୍ରୀ ମହାରଣାଙ୍କ ବାଲିଅନ୍ତା ଘର, କୁଆଖିଆରେ ଥିବା ଅଫିସରେ ଚଢ଼ଉ କରିଛି। ଏ ନେଇ କଟକ ଭିଜିଲାନ୍ସ ଟିମ୍ ଏକ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଶ୍ରୀ ମହାରଣାଙ୍କ ସମ୍ପତ୍ତି ଆକଳନ କରାଯାଉଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.