Breaking News

‘ଗୁରୁଦେବ’କୁ ୟୁ/ଏ

ନୂଆ ଓଡ଼ିଆ ସିନେମା ‘ଗୁରୁଦେବ’ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ‘ଗୁରୁଦେବ’ରେ ଦେବାନନ୍ଦ, ପିଆଲି, ସଦାଶିବ ନାୟକ...

ନୂଆ ଓଡ଼ିଆ ସିନେମା ‘ଗୁରୁଦେବ’ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ‘ଗୁରୁଦେବ’ରେ ଦେବାନନ୍ଦ, ପିଆଲି, ସଦାଶିବ ନାୟକ, ମନୋଜ ମିଶ୍ର, ଡାଏନା, ଧରିତ୍ରୀ ପଣ୍ଡା ଓ କାଳୀ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କଥାବସ୍ତୁ ଦୁଇଭାଇ ଗୁରୁ ଓ ଦେବଙ୍କ ଉପରେ ଆଧାରିତ।

ଏଥିରେ ଦୁଇଭାଇ ଭୂମିକାରେ ଅଛନ୍ତି ସଦାଶିବ ଓ ଦେବାନନ୍ଦ। ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଶଙ୍କର’ ଓ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ବିଗୁଲ୍’ରେ ଦୁହେଁ ପୂର୍ବରୁ ନଜରକୁ ଆସିଥିଲେ। ‘ଗୁରୁଦେବ’ର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ସରୋଜକାନ୍ତ। ଏ ମନୋରଂଜନ ଦାସ ସଂଳାପ ଲେଖିଥିବା ବେଳେ ବିଭୂତିଭୂଷଣ ଗଡ଼ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.