Breaking News

ଗୃହରେ ବିରୋଧୀଙ୍କ ପ୍ରସଙ୍ଗ : ‘ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା , ନାବାଳିକା ‘ । ଆଇନମନ୍ତ୍ରୀଙ୍କ ଉତ୍ତର ସରକାର ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କରିଛନ୍ତି ଗ୍ରହଣ

ରାଜ୍ୟରେ ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ଏ ନେଇ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ । ଏଥିସହ ସେ କହିଛନ୍ତି କଟକ, ଭୁବନେଶ୍ୱର ,କୁଚିଣ୍ଡା , ବଙ୍ଗୋମୁଣ୍ଡା ସମତେ ରାଜ୍ୟରେ ବିଭିନ୍ନ ଅଂଚଳରେ ଘଟୁଛି ମହିଳା ମାନେ ନାହାନ୍ତି ସୁରକ୍ଷିତ ବଢୁଛି ଦୁଷ୍କର୍ମ ।

କନକବ୍ୟୁରୋ : ରାଜ୍ୟରେ ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ଏ ନେଇ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ । ଏଥିସହ ସେ କହିଛନ୍ତି କଟକ, ଭୁବନେଶ୍ୱର ,କୁଚିଣ୍ଡା , ବଙ୍ଗୋମୁଣ୍ଡା ସମତେ ରାଜ୍ୟରେ ବିଭିନ୍ନ ଅଂଚଳରେ ଘଟୁଛି ମହିଳା ମାନେ ନାହାନ୍ତି ସୁରକ୍ଷିତ ବଢୁଛି ଦୁଷ୍କର୍ମ । ଏଥିସହ ସେ କହିଛନ୍ତି ରାଜ୍ୟରେ ସରକାର ଅପରାଧ ରୋକିବାରେ ବିଫଳ, ଏଥିସହ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ମଧ୍ୟ ଏ ପ୍ରସଙ୍ଗରେ କହିଛନ୍ତି ସରକାର ଗଠନ ହେବାରେ ୭ ମାସ ଭିତରେ ସବୁ କ୍ଷେତ୍ରରେ ଶିଶୁମାନଙ୍କର ବଢିଛି ଦୁଷ୍କର୍ମ ,ଗଣ ଦୁଷ୍କର୍ମ । ଶପଥ ନେବା କହିଥିଲେ ନ୍ୟାୟ ବ୍ୟବସ୍ଥାକୁ ଠିକ କରିବୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଆମେ ପାଇଲୁ ନାହିଁ ।

କିନ୍ତୁ ସରକାର ଗଠନ ହେବା ପରେ ଆହୁରି ବଢିଚାଲିଛି ଅନ୍ୟାୟ ଦୁର୍ନୀତି । କିନ୍ତୁ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ । କିନ୍ତୁ ନାରୀ ଏଠି ଅସୁରକ୍ଷିତ ପୁରା କିନ୍ତୁ ତାହା ସରକାର ମାନିବାକୁ ନାରାଜ । ଅନାହାର ବଢିଚାଲିଛି , ଅପପୃଷ୍ଟି ମଧ୍ୟ ବଢିଛି , କେନ୍ଦୁଝରରେ ଦେଢ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି ତାହା ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଂଚଳରେ କିନ୍ତୁ ଏ ସରକାର ସାଜିଛନ୍ତି ନିଦା ବିଷ୍ଣୁ । ବଲାଙ୍ଗୀରରେ ମଧ୍ୟ ସମାନ ଘଟଣା ଘଟିବା ପରେ ତାକୁ ବିଷ୍ଠା ଖୁଆଇ ଦିଆଗଲା

କିନ୍ତୁ ଏ ସରକାରଙ୍କ କୌଣସି ପ୍ରତିକ୍ରିୟା ନାହିଁ । ଏ ଘଟଣା ରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଶ ମଧ୍ୟ କହିଛନ୍ତି ଏ ଘଟଣା ପରେ ମୁଁ ଭୟବିତ ହୋଇଛି । ଆମେ ମଧ୍ୟ ଏ ସରକାର ଙ୍କ ସମୟରେ ହେଉଥିବା କାଯ୍ୟରେ ଭୟବିତ ରହିଛୁ । ଏ ସମସ୍ତ ଘଟଣାର ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବିରୋଧୀଙ୍କ ଅଭିଯୋଗର କୌଣସି ଭିତ୍ତିହୀନ ପ୍ରସଙ୍ଗ ନାହିଁ ।

ମହିଳା ମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ତାହା ଅକ ସାମାଜିକ ବ୍ୟାଧି ଏହାର ମୂଳ ଉତ୍ପାଟନ କିବା ନିହାତି ଆବଶ୍ୟକ । ଏହାକୁ ଭଲ କରିବା ପାଇଁ ସରକାର କୋମୋ ଥେରାପି ଠାରୁ ଆରମ୍ଭ କରି ଜେନେଟିକ ଥେରେପି କରିବା ଯାଏଁ ସବୁକିଛି କରିବେ ତେଣୁ ଏହାକୁ ସରକାର ଗୁରୁତର ସହ ନ ନେଇଥିବା କହୁଥିବା ବିରୋଧୀ ଏକ ଭିତ୍ତିହୀନ କଥା ।

ଜୁଲାଇ ମାସରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଥିସହ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଏଥିସହ ୭୦ରୁ ୯୦ ଦିନ ଭିତରେ ଏହାର ଦଣ୍ଡ ବିଧାନ ପ୍ରକ୍ରିୟା ଅବଲମ୍ବନ କରାଯାଉଛି । ।
ସୌଜନ୍ୟ-କନକ

Comments are closed.