Breaking News

ଗୋଟିକରେ ନାୟିକା, ଆରଟିରେ ଆଇଟମ୍ ଗାର୍ଲ

୨୦୧୧ରେ ‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିବା ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭାଙ୍କୁ ଏ ବର୍ଷ ଦୁଇଟି ଛବିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଥିମଧ୍ୟରୁ ଗୋଟିକରେ ତାଙ୍କୁ ନାୟିକା....

୨୦୧୧ରେ ‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିବା ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭାଙ୍କୁ ଏ ବର୍ଷ ଦୁଇଟି ଛବିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଥିମଧ୍ୟରୁ ଗୋଟିକରେ ତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ ଓ ଆରଟିରେ ଆଇଟମ୍ ଗାର୍ଲ ବନିଛନ୍ତି ସେ। ଚଳିତ ବର୍ଷ ‘ତୁ ମୋ କମଜୋରି’ରେ ସେ ରାକେଶ ଦେଓଙ୍କ ବିପକ୍ଷରେ ନଜର ଆସିଛନ୍ତି। ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ବ୍ୟାନର୍‌ରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ବାଳ। ଏହାବାଦ୍‌ ଦର୍ଶକ ଅନୁଭାଙ୍କୁ କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ତଥା ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ଏକ ଆଇଟମ୍ ଗୀତରେ ଦେଖିବାକୁ ପାଇଛନ୍ତି। ଅନୁଭାଙ୍କ ଅଭିନୀତ ‘କୁହ, ମୁଁ ତୁମରି ପାଇଁ’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ‘ବଜରଙ୍ଗୀ’ ପରେ ପୁଣି ଥରେ ଅମ୍ଳାନଙ୍କ ବିପକ୍ଷରେ ଅନୁଭାଙ୍କୁ ଦେଖିବାକୁ ମିଳିବ। ଚିତ୍ତରଞ୍ଜନ ତ୍ରିପାଠୀ ଏହି ସିନେମାର ନିର୍ଦ୍ଦେଶକ।

ସୌଜନ୍ୟ-ସମ୍ୱାଦ

Comments are closed.