ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ ହେଉଥିବା ଖବର ପାଇ ଗୋ-ସୁରକ୍ଷା ସମିତିର ସଦସ୍ୟମାନେ ଚଢ଼ାଉ କରିବା ସହ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଛନ୍ତି।
ସୂଚନାନୁଯାୟୀ, ବିଷମ କଟକ ଥାନା ଅନ୍ତର୍ଗତ ଦୁର୍ଗୀ ସଦର ପଞ୍ଚାୟତ ଶୁଣ୍ଡି ମଶାଣି ନିକଟରେ ଗୁରୁବାର ସକାଳେ ଗୋଟିଏ ଗାଈକୁ ହତ୍ୟା କରାଯାଇ ତାର ମାଂସକୁ ଗୁଣପୁର, ରାୟଗଡ଼ା ଓ ମୁନିଗୁଡ଼ା ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଥିଲା। ଏହି ସମୟରେ ଗୋ-ସୁରକ୍ଷା ସମିତି ଓ ଭାଜପା ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମାଂସ ଜବତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ କରି ସେମାନେ ଜବତ ମାଂସକୁ ଥାନା ସମ୍ମୁଖରେ ରଖି ପ୍ରାୟ ୫ ଘଣ୍ଟା ଧରି ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇନାହିଁ ସେ ଯାଏ ଧାରଣାରୁ ଉଠିବେ ନାହିଁ ବୋଲି ଅଡ଼ି ବସିଛନ୍ତି।

ଧାରଣାରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସ୍ବାମୀ ନିର୍ବାଣାନନ୍ଦ ଗିରି, ମଳୟ ଦଳେଇ, ସୁରେଶ ବେହେରା, ଚନ୍ଦନ ପଣ୍ଡା, ରିତେଶ ମହାନ୍ତି, ଦୁର୍ଜର ଭାଜପା ମଣ୍ଡଳ ସଭାପତି ଜଗନ୍ନାଥ ପାଢ଼ି, ଶୁଭମ ପାଢ଼ୀ ପ୍ରମୁଖ ଅଛନ୍ତି। ସେହିଭଳି କଟକ ଜୀବ ନିଷ୍ଠୁରତା ସମିତି ସଭାପତି ସୁବୋଧ ପ୍ରଧାନ ବିଷମ କଟକ ଥାନାରେ ଏତଲା ଦେଇଛନ୍ତି।
ଖବର ଲେଖାଯିବା ପର୍ଯ୍ୟନ୍ତ ଗିରଫଦାରି କରାଯାଇନାହିଁ। ହେଲେ ବିଷମ କଟକ ପଶୁ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ଥାନାରେ ପହଞ୍ଚି ଜବତ ଗୋ-ମାଂସର ନମୁନା ସଂଗ୍ରହ କରିଛନ୍ତି। ବିଷମ କଟକ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୋ-ହତ୍ୟାକାରୀ ନନ୍ଦ ଗରଡ଼ିଆ ଓ କାଲାବିଟୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ଅଞ୍ଚଳରେ ଏବେ ମଧ୍ୟ ଚାପା ଉତ୍ତେଜନା ରହିଛି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସୌଜନ୍ୟ ଧରିତ୍ରୀ