Breaking News

ଘରେ ତାଲା ପକାଇ ଫେରାର୍‌ ହୋଇଗଲେ ନିକିତାଙ୍କ ମାଆ ଓ ଭାଇ

ବେଙ୍ଗାଲୁରୁରେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କ ମୁଣ୍ଡରେ ଏବେ ଗିରଫଦାରୀର ଖଣ୍ଡା ଝୁଲୁଛି । ତଦନ୍ତ ପାଇଁ ବେଙ୍ଗାଲୁରୁ ପୁଲିସ ଜୈନପୁରରେ ପହଞ୍ଚିଛି।

ବେଙ୍ଗାଲୁରୁ: ଗୋଟିଏ ଖବର ଯାହା ସାରା ଦେଶକୁ କରିଛି ଚକିତ, ବର୍ତ୍ତମାନ ଏହି ଖବର ନ୍ୟାୟିକ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । କଣ ସମ୍ଫର୍କ ଏତେ ଅତିଷ୍ଠ ହୋଇପାରେ ?  ଜଣେ ଏଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ, ଏସମସ୍ତ ପ୍ରଶ୍ନ ଏବେ ପୁରା  କରିଛି ଆଲୋଡନ, ପତ୍ନୀଙ୍କ ଅତ୍ୟାଚାରୁ ଅତିଷ୍ଠ ହୋଇ ଯୁବ ଇଞ୍ଜିନିୟର ଜୀବନ ହାରିବା ଘଟଣା  ପୂରା ଦେଶକୁ ଦୋହଲାଇ ଦେଇଛି । ଅତୁଲ ସୁଭାଷ ,ଜଣେ ପ୍ରତିଷ୍ଠିତ କମ୍ପାନୀରେ ଏଆଇ ଇଞ୍ଜିନିୟର ଥିଲେ  ।

ହାତ ଧରି ଯାହାକୁ ସାତ ଜନ୍ମର ସାଥୀ କରିଥିଲେ ଶେଷରେ ସେହିଁ ମୃତ୍ୟୁର କାରଣ ସାଜିବା ଘଟଣା ଏବେ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିନି ବଂର ତର୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆଣିଛି  । ବର୍ତ୍ତମାନ ଏ ଘଟଣାରେ ନୂଆ ମୋଡ ନେଇଛି ଭିଡିଓରେ ଅଭିଯୁକ୍ତ ପତ୍ନୀ ନିକିତାଙ୍କ ମାଆ ଏବଂ ଭାଇ ଘରେ ତାଲା  ପକାଇ ଲୁଚି ଫେରାର ହୋଇ ଯାଇଛନ୍ତି । ସେମାନେ ଘରୁ ଫେରାର ହେଉଥିବାର ନଜର ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁରେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କ ମୁଣ୍ଡରେ ଏବେ ଗିରଫଦାରୀର ଖଣ୍ଡା ଝୁଲୁଛି । ତଦନ୍ତ ପାଇଁ ବେଙ୍ଗାଲୁରୁ ପୁଲିସ ଜୈନପୁରରେ ପହଞ୍ଚିଛି। ଏହାରି ଭିତରେ ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମାଆ ଓ ଭାଇ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି ।

ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଫେରାର ହେଉଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଅନ୍ୟପଟେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପରିବାର ଲୋକେ ଅତ୍ମହତ୍ୟା ଲାଗି ଉସ୍‌କାଇଥିବା ପାଇଁ ବେଙ୍ଗାଲୁରୁରେ ନିକିତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି  ।

ନିକିତାଙ୍କ ମାଆ ଏବଂ ଭାଇଙ୍କ ବ୍ୟତୀତ ଅତୁଲଙ୍କ ଦାଦା ଶଶୁର ସୁଶିଲ କୁମାରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି ଅତୁଲ ସୁଭାଷଙ୍କ ଭାଇ ବିକାଶ । ବୁଧବାର ସନ୍ଧ୍ୟାରେ ନିକିତାଙ୍କ ଦାଦା ସୁଶିଲ ସିଙ୍ଘାନିଆ କ୍ୟାମେରାରେ ଆଗକୁ ଆସି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ଅଭିଯୋଗ ଭିତ୍ତିହୀନ  । ଅତୁଲ ସୁଭାଷଙ୍କ ପ୍ରତ୍ୟେକ ଅଭିଯୋଗର ଉତ୍ତର ତାଙ୍କ ପରିବାର ପାଖରେ ଅଛି । ଯେହେତୁ ନିକିତା ବର୍ତ୍ତମାନ ବାହାରେ ଅଛନ୍ତି, ସେଥିପାଇଁ ସେ ଅଧିକ କିଛି କହିବେ ନାହିଁ । ନିକିତା ପ୍ରତ୍ୟେକ ଅଭିଯୋଗର ଉତ୍ତର ଦେବେ ।

 

 

 

ସୌଜନ୍ୟ -ସମ୍ୱାଦ

Comments are closed.