ଦେଶ ବିଦେଶ

ଚନ୍ଦ୍ରଯାନ-୪ ଅବତରଣ ସ୍ଥାନ ଚିହ୍ନିତ

ଚନ୍ଦ୍ରଯାନ-୪ ଅଭିଯାନକୁ ଆହୁରି ୨ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ଏବେ ଠାରୁ ‘ଇସ୍ରୋ’ ଏହି ଅଭିଯାନର ଲ୍ୟାଣ୍ଡର୍‌ଟିକୁ ଅବତରଣ କରାଇବା ପାଇଁ ସ୍ଥାନ ଚୟନ କଲାଣି। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥିତ ‘ମନ୍‌ସ ମୁଟନ୍‌’ (ଏମ୍‌ଏମ୍‌) ଅଞ୍ଚଳରେ ଚାରିଟି ସ୍ଥାନକୁ ପ୍ରଥମେ ବିଚାରକୁ ନିଆଯାଇଥିଲା।

ଚନ୍ଦ୍ରଯାନ-୪ ଅଭିଯାନକୁ ଆହୁରି ୨ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ଏବେ ଠାରୁ ‘ଇସ୍ରୋ’ ଏହି ଅଭିଯାନର ଲ୍ୟାଣ୍ଡର୍‌ଟିକୁ ଅବତରଣ କରାଇବା ପାଇଁ ସ୍ଥାନ ଚୟନ କଲାଣି। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥିତ ‘ମନ୍‌ସ ମୁଟନ୍‌’ (ଏମ୍‌ଏମ୍‌) ଅଞ୍ଚଳରେ ଚାରିଟି ସ୍ଥାନକୁ ପ୍ରଥମେ ବିଚାରକୁ ନିଆଯାଇଥିଲା। ସେଥି ମଧ୍ୟରୁ ଏମ୍‌ଏମ୍‌-୪କୁ ଲାଣ୍ଡର୍‌ ଅବତରଣ ପାଇଁ ଚୟନ କରାଯାଇଛି। ଏମ୍‌ଏମ୍‌-୪ର ଏକ ବର୍ଗକିଲୋମିଟର୍‌ ଅଞ୍ଚଳରେ ସର୍ବନିମ୍ନ ଅବରୋଧ, ହାରାହାରି ୫ ଡିଗ୍ରି ଢାଲୁ, ୫,୩୩୪ ମିଟରର ହାରାହାରି ଉଚ୍ଚତା ଥିବାରୁ ଏହାକୁ ଚୟନ କରାଯାଇଛି ବୋଲି ‘ଇସ୍ରୋ’ର ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୪ ଅଭିନୟରେ ଗୋଟିଏ ଲେଖାଏଁ ପ୍ରପଲ୍‌ସନ୍‌ ମଡ୍ୟୁଲ୍‌, ଡିସେଣ୍ଡର୍‌ ମଡ୍ୟୁଲ୍‌, ଆସେଣ୍ଡର୍‌ ମଡ୍ୟୁଲ୍‌, ଟ୍ରାନ୍‌ସଫର୍‌ ମଡ୍ୟୁଲ୍‌ ଓ ରି-ଏଣ୍ଟ୍ରି ମଡ୍ୟୁଲ୍‌ ରହିଛି। କେବଳ ଡିସେଣ୍ଡର୍‌ ମଡ୍ୟୁଲ୍‌ ଓ ଆସେଣ୍ଡର୍‌ ମଡ୍ୟୁଲ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ପରେ ଚନ୍ଦ୍ରରୁ ମୃତ୍ତିକା ନମୁନା ସଂଗ୍ରହ କରି ଏହା ପୃଥିବୀକୁ ଫେରିଆସିବ। ୨୦୨୮ ମସିହାରେ ଚନ୍ଦ୍ରଯାନ-୪ ଅଭିଯାନ ଆରମ୍ଭ ନେଇ ଲକ୍ଷ୍ୟ ରହିଛି ବୋଲି ‘ଇସ୍ରୋ’ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button