Breaking News

ଚଳିତବର୍ଷ ୨ ସୂର୍ଯ୍ୟୋପରାଗ, ୨ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ କେଉଁ ତାରିଖରେ ପଡ଼ିବ

ଭୁବନେଶ୍ୱର, ୨।୧(ସୁଚିସ୍ମିତା ସାହୁ): ଚଳିତବର୍ଷ ମୋଟ ଚାରୋଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ସେଥିରୁ ଦୁଇଟି ଆଶିଂକ ସୂର୍ଯ୍ୟାପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସେଥିମଧ୍ୟରୁ କେବଳ ଗୋଟିଏ ପୂଣ୍ଣର୍ର୍ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ଜନବିଜ୍‌ୟାନୀ ଡ. ଶୁଭେନ୍ଧୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଚଳିତବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ପରି ଅଞ୍ଚଳରେ ଦେଖାଯିବ।
ସେହିପରି ଆଂଶିକ ସୂର୍ଯ୍ୟାପରାଗ ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନଳ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ଋଷରେ ଦୃଶ୍ୟମାନ ହେବ। ପୂର୍ଣ୍ଣଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ଓ ୮ ତାରିଖରେ ସମଗ୍ର ଭାରତ ସହ ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ରେ ରାତି ୮.୫୮ ରୁ ୨.୨୫ ପର୍ଯ୍ୟାନ୍ତ ରହିବ । ପୂର୍ଣ୍ଣଗ୍ରହଣ ରାତି ୧୦.୦୦ରୁ ରାତି ୧୨.୨୨ ଦୀର୍ଘ ୨ ଘଣ୍ଟା ୨୨ ମିନିଟ ପର୍ଯ୍ୟାନ୍ତ ଦେଖାଯିବ। ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ । ସେହିପରି ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ।

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.