Breaking News

ଚାପରେ ନରମିଲେ ଜେଲେନ୍‌ସ୍କି: ଭିଡିଓ ବାର୍ତ୍ତାରେ ଆମେରିକାକୁ କୃତଜ୍ଞତା ଜଣାଇଲେ

ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେବା ସମୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଅକୃତଜ୍ଞ ବୋଲି କହିଥିଲେ।

କିବ୍: ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେବା ସମୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଅକୃତଜ୍ଞ ବୋଲି କହିଥିଲେ। ଏହାପରେ ଜେଲେନସ୍କି ନରମିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି  ରୁଷ୍ ବିରୋଧରେ ୟୁକ୍ରେନ ଯୁଦ୍ଧରେ ଆମେରିକାର ନିରନ୍ତର ସମର୍ଥନ ପାଇଁ ପ୍ରଶଂସା କରିବାକୁ ଚେଷ୍ଟା କରିଛନ୍ତି। ଜେଲେନସ୍କି କହିଛନ୍ତି, ‘ଅବଶ୍ୟ ଆମେ ଆମେରିକାର ଗୁରୁତ୍ୱ ବୁଝୁଛୁ ଏବଂ ଆମେ ଆମେରିକାଠାରୁ ମିଳିଥିବା ସମସ୍ତ ସମର୍ଥନ ପାଇଁ କୃତଜ୍ଞ’। ଜେଲେନସ୍କି କହିଛନ୍ତି, ଏମିତି କୌଣସି ଦିନ ନାହିଁ ଯେତେବେଳେ ଆମେ କୃତଜ୍ଞତା ଅନୁଭବ କରିନାହୁଁ।

ଏହା ଆମ ସ୍ୱାଧୀନତାର ସଂରକ୍ଷଣ ପାଇଁ କୃତଜ୍ଞତା – ଆମର ସହଯୋଗୀମାନେ ଆମ ପାଇଁ ଯାହା କରିଛନ୍ତି, ସେଥିପାଇଁ ଆମେ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛୁ। ଯୁଦ୍ଧର ସମାଧାନ ପାଇଁ ଭାନ୍ସ ରୁଷ୍ ସହ କୂଟନୈତିକ ଆଲୋଚନା ପାଇଁ ଚାପ ପକାଇବା ପରେ ଜେଲେନସ୍କିଙ୍କ ସହ କଥା ପ୍ରବଳ କଥା କଟାକଟି ହୋଇଥିଲା। କୂଟନୈତିକ ସମାଧାନ ପ୍ରସ୍ତାବକୁ ଜେଲେନସ୍କି ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଜେଲେନସ୍କିଙ୍କୁ ସମାଲୋଚନା କରି ଟ୍ରମ୍ପ କହିଥିଲେ, ଆମେରିକାର ସହାୟତା ବିନା ୟୁକ୍ରେନ୍ ରୁଷ୍‌ ସୈନ୍ୟଙ୍କ ହାତରେ ପରାଜିତ ହୋଇସାରନ୍ତାଣି। ବୈଠକ ଅଚଳାବସ୍ଥାରେ ଶେଷ ହୋଇଥିଲା ଏବଂ ଜେଲେନସ୍କି ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ନ ଦେଇ ପଳାଇଥିଲେ। ଜେଲେନସ୍କିଙ୍କୁ ହ୍ୱାଇଟ୍ ହାଉସ୍ ଛାଡ଼ିବାକୁ କୁହାଯାଇଥିଲା, ଯାହା ୟୁକ୍ରେନ୍ ଓ ଆମେରିକା ମଧ୍ୟରେ ଏକ ବଡ଼ କୂଟନୈତିକ ମତଭେଦ ସୃଷ୍ଟି କରିଥିଲା। ଏହାବ୍ୟତୀତ ୟୁକ୍ରେନର ଅର୍ଥନୀତି ଓ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆମେରିକା ଓ ୟୁକ୍ରେନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷରିତ ହୋଇପାରି ନ ଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.