Breaking News

ଚାବି ରଖି ପ୍ରଧାନଶିକ୍ଷୟିତ୍ରୀ ଆସିଲେନି: ଗେଟ୍‌ ବାହାରେ ଛାତ୍ରଛାତ୍ରୀ, ଅସନ୍ତୁଷ୍ଟ ଅଭିଭାବକ

ଚନ୍ଦକା ଥାନା ଅଧୀନ ଶିମୂଳୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଚାବି ରଖିଥିବା ପ୍ରଧାନଶିକ୍ଷୟିତ୍ରୀ ଅଫିସ୍‌ ନ ଆସିବାରୁ ବିଦ୍ୟାଳୟର ମୁଖ୍ୟ ଫାଟକ ଖୋଲି ପାରିଲାନି।

ବାରଙ୍ଗ: ଚନ୍ଦକା ଥାନା ଅଧୀନ ଶିମୂଳୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଚାବି ରଖିଥିବା ପ୍ରଧାନଶିକ୍ଷୟିତ୍ରୀ ଅଫିସ୍‌ ନ ଆସିବାରୁ ବିଦ୍ୟାଳୟର ମୁଖ୍ୟ ଫାଟକ ଖୋଲି ପାରିଲାନି। ଫଳରେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିଥିବା ଛାତ୍ରଛାତ୍ରୀମାନେ ଗେଟ୍ ବାହାରେ ବସିରହିଥିଲେ। ଏଭଳି ଦୀର୍ଘ ସମୟ ବିତିବା ପରେ ଅଭିଭାବକମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗେଟ୍ ପାଖରେ ହୋ-ହାଲ୍ଲା କରିଥିଲେ।

ସମସ୍ୟା ସମ୍ପର୍କରେ ଭୁବନେଶ୍ୱର ମଣ୍ଡଳ ଶିକ୍ଷା ଅଧିକାରୀ ଖବର ପାଇବା ପରେ ସମାସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀମାନଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ବୈଠକ ଡକାଯାଇ ସମସ୍ୟାର ସମାଧାନ କରିବାକୁ ନିଷ୍ପତି ହୋଇଛି। ତେବେ ଆଜି ପ୍ରଧାନଶିକ୍ଷୟତ୍ରୀ ନଆସିବାରୁ ସ୍କୁଲ୍‌ ବନ୍ଦ ରହିଛି। ପିଲାମାନେ ଘରକୁ ଫେରି ଯାଇଛନ୍ତି। ସରକାରୀ ସ୍କୁଲ୍‌ରେ ପ୍ରଧାନ ଶିକ୍ଷୟତ୍ରୀ କେଉଁ ସାହସରେ ସ୍କୁଲ୍‌ ବନ୍ଦ କରିଦେଇଛନ୍ତି ସେନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତାକାଲି ବ୍ଲକ୍‌ ଶିକ୍ଷାଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.