Breaking News

ଚାମ୍ପିଅନ୍ସ ଟ୍ରଫିରେ ଏହି ସର୍ତ୍ତ ସହିତ ପତ୍ନୀଙ୍କ ସହ ରହିପାରିବେ କ୍ରିକେଟର

ନିୟମ କୋହଳ କଲା ବିସିସିଆଇ। ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ବିସିସିଆଇ କ୍ରିକେଟରମାନଙ୍କୁ ଗୋଟାଏ ସର୍ତ୍ତ ସହିତ ସେମାନଙ୍କ ପରିବାର ସହିତ ରହିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ପରାଜୟ ହେବାର କିଛି ଦିନ ପରେ, ବିସିସିଆଇ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦-ସୂତ୍ରୀ ନିର୍ଦ୍ଦେଶ ଜାରି କରିଥିଲା, ଯେଉଁଥିରେ ଘରୋଇ କ୍ରିକେଟକୁ ବାଧ୍ୟତାମୂଳକ କରିବା ସହିତ ପରିବାର ସଦସ୍ୟଙ୍କ ରହିବା ସମୟ ସୀମିତ କରାଯାଇଥିଲା ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ଗସ୍ତରେ ନେବାକୁ ଅନୁମତି ଦିଆଯାଇନଥିଲା। ଏହା ସହ ସିରିଜ୍ ଚାଲିଥିବା ବେଳେ ବ୍ୟକ୍ତିଗତ ବିଜ୍ଞାପନ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ଏହି ନିୟମକୁ କୋହଳ କରିଛି ବିସିସିଆଇ।

ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ବିସିସିଆଇ କ୍ରିକେଟରମାନଙ୍କୁ ସେମାନଙ୍କ ପରିବାର ସହିତ ରହିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ବିସିସିଆଇ ଖେଳାଳିମାନଙ୍କ ପତ୍ନୀ ଏବଂ ପରିବାର ସଦସ୍ୟମାନଙ୍କୁ ଦୁବାଇରେ ସେମାନଙ୍କ ସହିତ ଯିବାକୁ ଅନୁମତି ଦେଇଛି ସତ, କିନ୍ତୁ ରଖିଛି ଗୋଟାଏ ସର୍ତ୍ତ । ଖେଳାଳିମାନେ କେବଳ ଗୋଟିଏ ମ୍ୟାଚ୍ ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇପାରିବେ। ଖେଳାଳିମାନେ ନିଜ ନିଜ ମଧ୍ୟରେ ଆଲୋଚନା କରିପାରିବେ ଏବଂ ଏଥିପାଇଁ ବିସିସିଆଇକୁ ଅନୁରୋଧ କରିପାରିବେ। ତା’ପରେ ବୋର୍ଡ ବ୍ୟବସ୍ଥା କରିବ।

ଚାମ୍ପିଅନ୍ସ ଟ୍ରଫିରେ ପରିବାର ସଦସ୍ୟଙ୍କୁ ନେବା ପାଇଁ ପ୍ରଥମେ ଅନୁମତି ନଥିଲା। କିନ୍ତୁ ଏବେ ବୋର୍ଡ ପ୍ରତ୍ୟେକ ଖେଳାଳିଙ୍କୁ ଗୋଟିଏ ଖେଳ ପାଇଁ ପରିବାର ସଦସ୍ୟଙ୍କ ସହ ରହିବାକୁ ଅନୁମତି ଦେଇଛି। ଖେଳାଳିମାନେ କେଉଁ ଖେଳ ପାଇଁ ବୋର୍ଡର ଅନୁମୋଦନ ନେବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.