Breaking News

ଚାଷ ଜମିରୁ ଉଦ୍ଧାର ହେଲା ବିଶାଳ ଅଜଗର । ସାପର ମୁଣ୍ଡରେ ଲାଗିଛି ଆଘାତ ।

ଉଦ୍ଧାର ହେଲା ୧୯ ଫୁଟର ଅଜଗର । ଆଘାତ ଲାଗିଥିବାରୁ ଚାଲିଛି ଚିକିତ୍ସା ।

ଉଦ୍ଧାର ହେଲା ବିରାଟ କାୟ ଅଜଗର । କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ ଅନୁସାରେ ସାପକୁ ବଡ଼ ଲୁହା ପଞ୍ଜୁରୀ ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଛି ।

ସାପ ଟି ସମ୍ପୂର୍ଣ ସୁସ୍ଥ ହୋଇଗଲେ ଏହାକୁ ଭିତରକନିକା ଜଙ୍ଗଲ ରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ବର୍ତମାନ ଭିତରକନିକା ରେ ପର୍ଯ୍ୟଟକମାନେ ଏହି ବିରାଟକାୟ ସାପକୁ ଦେଖିବା ପାଇଁ ଭିଡ଼ ଜାମଉଛନ୍ତି ।

 

 

 

 

 

ସୌଜନ୍ୟ-କନକ

Comments are closed.