ଚିନ୍ନାସ୍ବାମୀ ଷ୍ଟାଡିୟମ୍କୁ ଫେରିବ କ୍ରିକେଟ୍: ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିପାରେ ଆର୍ସିବି
ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍କୁ କ୍ରିକେଟ୍ ଫେରିବାକୁ ଯାଉଛି। ଗ୍ରେଟର୍ ବେଙ୍ଗାଲୁରୁ ପ୍ରାଧୀକରଣର ମୁଖ୍ୟ ମହେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ସରକାର ଦ୍ୱାରା ନିଯୁକ୍ତ କମିଟିର ସୁପାରିସ୍ ପରେ ରାଜ୍ୟ କ୍ୟାବିନେଟ୍ ଗୁରୁବାର ମ୍ୟାଚ୍ ପୁନଃ ଆରମ୍ଭ କରିବାକୁ ମଞ୍ଜୁରି ଦେଇଛି।

ବେଙ୍ଗାଲୁରୁ: ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍କୁ କ୍ରିକେଟ୍ ଫେରିବାକୁ ଯାଉଛି। ଗ୍ରେଟର୍ ବେଙ୍ଗାଲୁରୁ ପ୍ରାଧୀକରଣର ମୁଖ୍ୟ ମହେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ସରକାର ଦ୍ୱାରା ନିଯୁକ୍ତ କମିଟିର ସୁପାରିସ୍ ପରେ ରାଜ୍ୟ କ୍ୟାବିନେଟ୍ ଗୁରୁବାର ମ୍ୟାଚ୍ ପୁନଃ ଆରମ୍ଭ କରିବାକୁ ମଞ୍ଜୁରି ଦେଇଛି। ଜାନୁଆରି ୧୭ରେ ଗୃହ ବିଭାଗ ସର୍ତ୍ତମୂଳକ ଅନୁମୋଦନ ଦେଇଥିଲ। ଫଳରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଏଠାରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିପାରିବ।
କର୍ଣ୍ଣାଟକ ସରକାର ମ୍ୟାଚ୍ ଆୟୋଜନ କରିବାକୁ ବାରଣ କରିଥିଲେ
ଗତ ବର୍ଷ ଜୁନ ୪ରେ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବ ବେଳେ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍ସିଏ)କୁ କର୍ଣ୍ଣାଟକ ସରକାର ମ୍ୟାଚ୍ ଆୟୋଜନ କରିବାକୁ ବାରଣ କରିଥିଲେ। ଯେଉଁଥିରେ ୧୧ ଜଣଙ୍କର ଜୀବନ ଯାଇଥିଲା। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୬ରୁ ଆଇପିଏଲ୍ର ୧୯ତମ ସଂସ୍କରଣ ଆରମ୍ଭ ହେବାର ସମ୍ଭାବନ ରହିଛି। ପାରମ୍ପରିକ ଭାବରେ ଉଦ୍ଘାଟନୀ ଉତ୍ସବ ଓ ସଂସ୍କରଣର ପ୍ରଥମ ମ୍ୟାଚ୍ ଆୟୋଜନ ଅଧିକାର ବିଜେତା ଦଳକୁ ମିଳିଥାଏ।
ସୌଜନ୍ୟ ସମ୍ବାଦ




