ମନୋରଞ୍ଜନ

Mira’s story is heart-wrenching: ମନ ଜିଣୁଛି ମୀରାର କାହାଣୀ

ଆଖି ନଥିବା ମଣିଷ ପାଇଁ ଏ ଦୁନିଆଟା ଅନ୍ଧାର। କଳା ବି ଆମ କାଳିଆ ଠାକୁର। ହେଲେ ସେହି କଳା ସାଆନ୍ତଙ୍କୁ କେମିତି ଦେଖେ ଆଖି ନଥିବା ମଣିଷଟି? ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟି ଦାରୁଦିଅଁଙ୍କୁ କେଉଁ ରୂପରେ ଦର୍ଶନ କରେ?

ଆଖି ନଥିବା ମଣିଷ ପାଇଁ ଏ ଦୁନିଆଟା ଅନ୍ଧାର। କଳା ବି ଆମ କାଳିଆ ଠାକୁର। ହେଲେ ସେହି କଳା ସାଆନ୍ତଙ୍କୁ କେମିତି ଦେଖେ ଆଖି ନଥିବା ମଣିଷଟି? ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟି ଦାରୁଦିଅଁଙ୍କୁ କେଉଁ ରୂପରେ ଦର୍ଶନ କରେ? ଏ ପ୍ରଶ୍ନର ଉତ୍ତର ନିକଟରେ ରିଲିଜ୍‌ ହୋଇଥିବା ଏକ ସୁନ୍ଦର ଭାବପୂର୍ଣ୍ଣ ଭଜନ ‘ହେ କଳା ବାନ୍ଧବ’ରେ ପ୍ରତିଫଳିତ ହୋଇଛି।

‘ହେ କଳା ବାନ୍ଧବ’ ଏକ ମ୍ୟୁଜିକ୍‌ ଭିଡିଓ ହେଇଥିଲେ ହେଁ ଏହା ଏକ କ୍ଷୁଦ୍ର ସିନେମା ପରି। ଏ କାହାଣୀ ମୀରାର, କାହାଣୀ ଅଭିମାନର, କାହାଣୀ କୌତୂହଳର, କାହାଣୀ ମୀରା ଓ କାଳିଆର ବନ୍ଧୁତ୍ୱର। ‘ଡବି ବବ୍ଲି’ ପ୍ରସ୍ତୁତ ଏହି ଗୀତଟି ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁପାରିଛି। ମନୋଜ ଓ ସମୀକଙ୍କ ନିର୍ଦ୍ଦେଶିତ ଏବଂ ବିଶ୍ୱଜିତ୍‌ ଶତପଥୀଙ୍କ ପ୍ରଯୋଜିତ ଏହି ଭଜନରେ କୁନି ଝିଅ ମୀରାର ଜଗା ପ୍ରତି ଥିବା ନିଷ୍କପଟ ଭକ୍ତି ଓ ଆବେଗକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି।

ଅଭିନୟ କରିଥିବା ବେଳେ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି। ଭେଟେରାନ୍‌ ଅଭିନେତ୍ରୀ ଈଶା ବେବର୍ତ୍ତl ଓ ଜମ୍ବେଶ୍ୱର ଖୁଣ୍ଟିଆ ଏଥିରେ ଅଭିନୟ କରିଛନ୍ତି। ଏହି ସୁନ୍ଦର ଭଜନକୁ ଗୀତିକାର ପୁଷ୍ପକ ପରିଡ଼ା ଶବ୍ଦରେ ସଜାଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିଲ୍‌ ନାଏକ। ତେବେ ପୂରା ଟିମ୍‌ର ଏହି ପ୍ରୟାସକୁ ଦର୍ଶକ ବେଶ୍ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button