Breaking News

ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩

ଗତ ଦୁଇ ଦିନ ତଳେ ତିବ୍ବତରେ ଭୂକମ୍ପ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ପରେ ଏବେ ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି।

ବେଜିଂ: ଗତ ଦୁଇ ଦିନ ତଳେ ତିବ୍ବତରେ ଭୂକମ୍ପ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ପରେ ଏବେ ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ। ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ ଏ ନେଇ ସୂଚନା ଦିଆଯାଇଛି।

ଦୁଇ ଦିନ ପୂର୍ବେ, ଜାନୁଆରି ୭ ତାରିଖରେ ଜିଜାଙ୍ଗରେ ହୋଇଥିବା ଭୂମିକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଯେଉଁଥିରେ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜିଜାଙ୍ଗ ଅଞ୍ଚଳ ଏକ ସମ୍ବେଦନଶୀଳ ଅଞ୍ଚଳ; ଯେଉଁଠାରେ ଭୂମିକମ୍ପ ହେବାର ସମ୍ଭାବନା ରହିଛି।

ଯଦିଓ ଭୂକମ୍ପକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ, ତେବେ ଏବେ ବିଶେଷଜ୍ଞମାନଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଚୀନ୍ ଏହିପରି ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛି କି? ଏହି ବିପର୍ଯ୍ୟୟ ଅନ୍ୟ କିଛି ବଡ଼ ବିପର୍ଯ୍ୟୟର ସତର୍କ ସୂଚନା କି?

ହିମାଳୟ ପର୍ବତ ଏବେ ମଧ୍ୟ  ବଢୁଛି। ତିବ୍ଦତ ଏବଂ ଏହାର ଆଖପାଖ ଅଞ୍ଚଳ ମଧ୍ୟ ଧୀରେ ଧୀରେ ବିସ୍ତାର ହେଉଛି। ବିଶେଷଜ୍ଞଙ୍କ ଅନୁସାରେ ଯଦି ପର୍ବତଗୁଡିକର କ୍ରମାଗତ ବିସ୍ତାରକୁ ମାନବୀୟ କାର୍ଯ୍ୟ ଯୋଗୁ ରୋକାଯାଏ, ତେବେ ଏକ ବଡ଼ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ସେଥିପାଇଁ ଅନେକ ବଡ଼ ବଡ଼ ଦେଶ ପ୍ରକୃତି ବିରୁଦ୍ଧରେ ଯାଆନ୍ତି ନାହିଁ। କିନ୍ତୁ, ଚୀନ୍ ଏହାର ବିକାଶ ପାଇଁ ପାହାଡ଼କୁ ମଧ୍ୟ ଛାଡୁନାହିଁ। ଏଭଳି ପରିସ୍ଥିତିରେ ଚୀନ୍‌ର ଏଭଳି ଆଭିମୁଖ୍ୟ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଘଟିବାର ଆଶଙ୍କା ବୃଦ୍ଧି ପାଉଛି।

 

 

 

 

 

 

ସୌଜନ୍ୟ – ସମ୍ୱାଦ

Comments are closed.