Breaking News

ଚୁଡା-ଦହି ଖାଇବାକୁ ଚିରାଗ ପାଶଓ୍ବାନ୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲେ ନୀତୀଶ କୁମାର: ଉପାସ ଫେରିଲେ

ପାଟନା,୧୪।୧: ଆଜି ମକର ସଂକ୍ରାନ୍ତି। ପାଟନାର ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟରେ ଚୁଡା-ଦହି ଭୋଜିର ଆୟୋଜନ କରନ୍ତି। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ଭୋଜିର ମଧ୍ୟ ଆୟୋଜନ କରିଥିଲା। ଏଥିରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆଗମନର ସମୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୧୪ ଜାନୁଆରୀ ଦିନ ମଧ୍ୟାହ୍ନ ୧୨ଟା ଦିଆଯାଇଥିଲା। କିନ୍ତୁ, ମୁଖ୍ୟମନ୍ତ୍ରୀ ନୀତିଶ ଦୁଇ ଘଣ୍ଟା ପୂର୍ବରୁ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଗଲେ। ଏହି ସମୟରେ ଚିରାଗ ପାସୱାନ ଉପସ୍ଥିତ ନ ଥିଲେ। ୧୦ ମିନିଟ ରହିବା ପରେ ନୀତିଶ କୁମାର ସେଠାରୁ ଚାଲିଗଲେ।
ଏହି ଘଟଣା ପରେ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ବିରୋଧୀ ନେତାମାନେ ତାଚ୍ଛଲ୍ୟ କରିବା ଆରମ୍ଭ କରିଦେଲେଣି। ସମସ୍ତ ଏନଡିଏ ନେତାଙ୍କୁ ଭୋଜିକୁ ନିମନ୍ତ୍ରଣ କରିବା ପରେ ଚିରାଗ ପାସୱାନ ନିଜେ ନିଖୋଜ ଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୋଜିରେ ଯୋଗଦେବା ପାଇଁ ପହଞ୍ଚିଥିଲେ କିନ୍ତୁ ଚିରାଗ ସେଠାରେ ପହଞ୍ଚି ପାରି ନଥିଲେ।
ଏଠାରେ, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ରାଜ୍ୟ ଅଧ୍ୟକ୍ଷ ଏବଂ ରାଜ୍ୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏଠାରେ ୧୦ ମିନିଟ ପାଇଁ ରହିଥିଲେ। ଦଳୀୟ ନେତାଙ୍କ ସହ କଥା ହୋଇଥିଲେ। ଏହା ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚୁଡା ନ ଖାଇ ଚାଲିଗଲେ।

 

 

 

 

 

 

ସୌଜନ୍ୟ- ଧରିତ୍ରୀ

Comments are closed.