ଓଡିଶାମହାନଗର

ଚୌଦ୍ଵାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ, ମହିଳା କଏଦୀଙ୍କ ସୁନା ନେଇ ଫେରାଉ ନାହାନ୍ତି !

କଟକ: ଚୌଦ୍ଵାର ଜେଲ ଅଧିକ୍ଷୀକଙ୍କ ବିରୋଧରେ ବଡ଼ ଅଭିଯୋଗ। ମହିଳା କଏଦୀଙ୍କ ସୁନା ଗହଣା ନେଇଗଲେ ଜେଲ୍ କର୍ତ୍ତୃପକ୍ଷ। ଆଉ ଦେବାର ନାଁ ଧରୁ ନାହାନ୍ତି। ଏମିତି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି ନାମକ ଜଣେ ମହିଳା।

କଟକ: ଚୌଦ୍ଵାର ଜେଲ ଅଧିକ୍ଷୀକଙ୍କ ବିରୋଧରେ ବଡ଼ ଅଭିଯୋଗ। ମହିଳା କଏଦୀଙ୍କ ସୁନା ଗହଣା ନେଇଗଲେ ଜେଲ୍ କର୍ତ୍ତୃପକ୍ଷ। ଆଉ ଦେବାର ନାଁ ଧରୁ ନାହାନ୍ତି। ଏମିତି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି ନାମକ ଜଣେ ମହିଳା।

ସେ କୌଣସି ଏକ ମାମଲାରେ ବିଚାରଧୀନ କଏଦୀ ଭାବେ ଗତ ସେପ୍ଟେମ୍ବର ୨୩ତାରିଖରେ ଚୌଦ୍ଵାର ଜେଲ୍ ଆସିଥିଲେ। ସେ ପିନ୍ଧିଥିବା ସୁନା ମୁଦି, କାନର, ନାକର ଆଦି ଅଳଙ୍କାରଗୁଡ଼ିକୁ ଜେଲରେ ଥିବା ସିସିଟିଭି ସାମ୍ନାରେ ତାଙ୍କ ଠାରୁ ଜେଲ କର୍ମଚାରୀ ନେଇଥିଲେ। ମାତ୍ର ସେ ତିନିମାସ ଜେଲରେ ରହି ଡିସେମ୍ବର ୨୩ରେ ଜେଲରୁ ଜାମିନରେ ବାହାରିଥିଲେ । ହେଲେ ଜେଲ କର୍ତ୍ତୃପକ୍ଷ ରଖିଥିବା ଅଳଙ୍କାର ତାଙ୍କୁ ଫେରେଇଲେ ନାହିଁ । କହିଲେ ପରେ ଆସି ନେବ ।

ସେ ବାରମ୍ବାର ଜେଲକୁ ଆସି ବିଫଳ ହୋଇଥିଲେ । ଏନେଇ ଜେଲ ଅଧୀକ୍ଷକ ତାଙ୍କୁ କହିଲେ କି ଯଦି ତୁମେ ପୂର୍ବରୁ ଥିବା ଜେଲର ସନ୍ତୋଷିନୀ ଦାଶଙ୍କ ନାମରେ ଥାନରେ ଅଭିଯୋଗ କରିବ ତାହା ହେଲେ ଆମେ ଅଳଙ୍କାର ବଦଳରେ ଟଙ୍କା ଦେବୁ। ଏହି କଥାରେ ଇତିଶ୍ରୀ ରାଜି ନହେବାରୁ ତାଙ୍କୁ ଅଳଙ୍କାର ଫେରାଉ ନଥିବା ନେଇ ସେ ଚୌଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଜେଲ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button