Breaking News

ଛାଡ଼ପତ୍ର ମାମଲାର ଶୁଣାଣି ନେଇ ବେଙ୍ଗାଲୁରୁରୁ ୪୦ ଥର ୟୁପି ଆସିଥିଲେ ଅତୁଲ୍‌

ପତ୍ନୀଙ୍କ ଉପରେ ଅତିଷ୍ଟ ହୋଇ ସ୍ବାମୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଛାଡ଼ପତ୍ର ମାମଲାକୁ ନେଇ ତାଙ୍କ ପରିବାରକୁ ବେଙ୍ଗାଲୁରୁରୁ ଉତ୍ତରପ୍ରଦେଶକୁ ୪୦ ଥର ଯାତ୍ରା କରିବାକୁ ପଡ଼ିଥିଲା।

ବେଙ୍ଗାଲୁରୁ: ପତ୍ନୀଙ୍କ ଉପରେ ଅତିଷ୍ଟ ହୋଇ ସ୍ବାମୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଦୀର୍ଘ ଅନେକ ଦିନ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ଯାତନା ପାଇବା ପରେ ଅତୁଶ ଶ୍ରୀବାସ୍ତବ ନାମକ ଯୁବକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏବେ ଜାଣିବାକୁ ମିଳିଛି ଯେ ତାଙ୍କର ତାଙ୍କ ପତ୍ନୀଙ୍କ ସହ ଦୀର୍ଘ ବର୍ଷ ଧରି ଛାଡ଼ପତ୍ର ମାମଲା ଚାଲିଥିଲା। ତାଙ୍କ ପରିବାର ଲୋକ କହିଛନ୍ତି ଯେ ଏହି ଛାଡ଼ପତ୍ର ମାମଲାକୁ ନେଇ ତାଙ୍କ ପରିବାରକୁ ବେଙ୍ଗାଲୁରୁରୁ ଉତ୍ତରପ୍ରଦେଶକୁ ୪୦ ଥର ଯାତ୍ରା କରିବାକୁ ପଡ଼ିଥିଲା। କୋର୍ଟ କେସ୍‌ରେ ବାରମ୍ବାର ଏପଟ ସେପଟ ହୋଇ ସେ ଚିଡ଼ି ଯାଉଥିଲେ। ଅତୁଲଙ୍କ ବାପାମାଆ ଅଭିଯୋଗ ଆଣିଛନ୍ତି ‌ଯେ ତାଙ୍କ ପୂର୍ବତନ ବୋହୂଙ୍କ ନିର୍ଯାତନା ପାଇଁ ତାଙ୍କ ପୁଅର ଜୀବନ ଯାଇଛି।ଅତୁଲଙ୍କ ମାଆ କହିଛନ୍ତି ଯେ ‘ଆମ ପୂର୍ବ ବୋହୂ ପୁଅ ସାଥେ ସାଥେ ଆମକୁ ବି ନିର୍ଯାନତା ଦେଉଥିଲା। ମୋ ପୁଅ ଜଳି ଜଳି ବଞ୍ଚୁଥିଲା। ଗୋଟାଏ ମାମଲା ଶେଷ ହେବା ପରେ ସେ ଆମ ଉପରେ ଆଉ ଏକ ମାମଲା ଲଦି ଦେଉଥିଲା। ଯାହାକୁ ସହିନପାରି ମୋ ପୁଅ ଜୀବନ ହାରିଛି।’’ଦୀର୍ଘ ଅନେକ ଦିନ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ଯାତନା ପାଇବା ପରେ ଅତୁଶ ଶ୍ରୀବାସ୍ତବ ନାମକ ଯୁବକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ପୁଲିସକୁ ମିଳିଛି ସୁଇସାଇଡ ନୋଟ । ଯେଉଁଥିରେ ଯୁବକ ତାଙ୍କ ପତ୍ନୀ ଏବଂ ସଂପର୍କୀୟ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି ସୁଇସାଇଡ ନୋଟରେ । ତେବେ ପୁଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ନେଇ ଜେରା କରୁଛି । ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ ପଦରେ କାମ କରୁଥିଲେ ।

ସୌଜନ୍ୟ-ସମ୍ୱାଦ

Comments are closed.