ଓଡିଶା

ଜଙ୍ଗଲରୁ ବିପୁଳ ପରିମାଣର ବାଣ ଜବତ, ରେଡ୍ ଭୟରେ ଲୁଚାଇଥିଲେ

ସାଲେପୁର: ଜଙ୍ଗଲରୁ ଜବତ ହେଲା ବିପୁଳ ବାଣ। ରବିବାର ଜଗତପୁର ଥାନା ପୋଲିସ ସାଲେପୁର ମହାଜନପୁର ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଏସବୁ ବାଣକୁ ରେଡ୍ ଭୟରେ ଜଙ୍ଗଲରେ ଲୁଚାଯାଇଥିବା ସନ୍ଦେହ କରାଯାଉଛି।

ସୂଚନାଥାଉକି, ଗତ ତିନି ଦିନ ତଳେ କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଅଧୀନସ୍ତ ମହାଜନପୁରରେ ବେଆଇନ୍ ବାଣ ବିସ୍ଫୋରଣରେ ୩ ଜଣ ମୃତ୍ୟ ଘଟିଥିଲା। ଏହି ଘଟଣା ପରେ ଅଞ୍ଚଳରେ ଜଗତପୁର ପୋଲିସ ଓ ପାଗା ଫାଣ୍ଡିର ମିଳିତ ଚଢ଼ାଉ ଜାରି ରହିଛି।

ଏମିତିରେ ରେଡ୍ ଭୟର ଅନ୍ୟ ବେଆଇନ ବାଣ ତିଆରି କରୁଥିବା ବେପାରୀଙ୍କ ମନରେ ଛନକା ପଶିଛି। ଆଉ ଏହାକୁ ନେଇ କେହି ବେପାରୀ ମହାଜନପୁର ନିକଟସ୍ଥ ଜଙ୍ଗଲରେ ବିପୁଳ ପରିମାଣର ବାଣ ଏବଂ ବାଣ ତିଆରି କରିବା ସରଞ୍ଜାମ ଲୁଚାଇ ରଖିଥିଲେ ।ହେଲେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲ ଭିତରେ ଥିବା ବିପୁଳ ପରିମାଣର ବାଣ ଜବତ କରିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button