Breaking News

ଜନ ଧନ ଆକାଉଣ୍ଟର ପୁଣି ହେବ KYC: ପଞ୍ଚାୟତ ସ୍ତରରେ ମାଗଣାରେ ରି-କେୱାଇସି କରିବା ପାଇଁ ବ୍ୟାଙ୍କଗୁଡ଼ିକୁ RBIର ନିର୍ଦ୍ଦେଶ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବୁଧବାର ତିନୋଟି ପରିବର୍ତ୍ତନ ଘୋଷଣା କରିଛି । ଏହି ପରିବର୍ତ୍ତନ ଜନ ଧନ ଯୋଜନା, ଡେଡ୍ ଆକାଉଣ୍ଟ ହୋଲ୍ଡର୍ସ କ୍ଲେମ୍ ଓ ନିବେଶ ସହ ଜଡ଼ିତ ରହିଛି । ମୁଦ୍ରାନୀତି ସମୀକ୍ଷା କମିଟିର ତିନି ଦିନିଆ ବୈଠକରେ ଏହି ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯାଇଛି । ଆଇବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି ।

ତିନୋଟି ବିନ୍ଦୁରେ ବୁଝନ୍ତୁ ସାଧାରଣ ଲୋକଙ୍କ ସହ ଜଡ଼ିତ ପରିବର୍ତ୍ତନ

୧. ଜନ ଧନ ଯୋଜନା ପାଇଁ ହେବ ରି-କେୱାଇସି

କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଜନ ଧନ ଯୋଜନାକୁ ୧୦ ପୂରଣ ହୋଇସାରିଛି । ଏହା ସତ୍ତ୍ୱେ ଅନେକ ଖାତାଧାରକ ନିଜ କେୱାଇସି ଅପଡେଟ୍ କରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ସେପ୍ଟେମ୍ୱର ୩୦ ଯାଏ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର କ୍ୟାମ୍ପ ଲଗାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଏହି ଶିବିରରେ ଖାତାଧାରକ ନିଜର ରି-କେୱାଇସି କରିପାରିବେ, ନୂଆ ଖାତା ଖୋଲିପାରିବେ ଓ ପ୍ରଧାନମନ୍ତ୍ରୀ ବୀମା ଯୋଜନା ପରି ସରକାରୀ ଯୋଜନାର ଲାଭ ପାଇ ପାରିବେ ।

କେଉଁମାନଙ୍କୁ ପୁନଃ-KYC କରିବାକୁ ପଡିବ?

୨୦୧୪-୨୦୧୫ରେ ଖୋଲାଯାଇଥିବା ଆକାଉଣ୍ଟଧାରୀମାନଙ୍କୁ ପୁନଃ-କେୱାଇସି କରିବାକୁ ପଡିବ, କାରଣ ଏହି ଆକାଉଣ୍ଟଗୁଡ଼ିକର କେୱାଇସି ବୈଧତା ୧୦ ବର୍ଷ ଥିଲା । ଆକାଉଣ୍ଟକୁ ସକ୍ରିୟ ରଖିବା ପାଇଁ ଏହି ପ୍ରକ୍ରିୟା ଆବଶ୍ୟକ । ବ୍ୟାଙ୍କଗୁଡ଼ିକ ସଠିକ୍ ଡକ୍ୟୁମେଣ୍ଟ ସହିତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଲିଙ୍କ୍ କରିବା ଏବଂ ଯେକୌଣସି ପ୍ରକାରର ଠକେଇକୁ ଏଡାଇବା ପାଇଁ ପୁନଃ-କେୱାଇସି ପ୍ରକ୍ରିୟା କରୁଛନ୍ତି ।

୨. ମୃତ ଆକାଉଣ୍ଟଧାରୀଙ୍କ ଦାବି ପାଇଁ ଏକ ପ୍ରକ୍ରିୟା

ମୃତ ଆକାଉଣ୍ଟଧାରୀଙ୍କ ଦାବି ସମାଧାନ ପାଇଁ RBI ଏକ ସମାନ ପ୍ରକ୍ରିୟା ଘୋଷଣା କରିଛି । ଆଜି ଯାଏ ପ୍ରତ୍ୟେକ ବ୍ୟାଙ୍କର ଭିନ୍ନ ଭିନ୍ନ ନିୟମ ଥିଲା, ଯାହା ଫଳରେ ପରିବାର ସଦସ୍ୟଙ୍କ ପାଇଁ ଦ୍ୱନ୍ଦ୍ୱ, ସମାଧାନରେ ବିଳମ୍ବ ଏବଂ ସମସ୍ୟା ସୃଷ୍ଟି ହେଉଥିଲା । ଖୁବଶୀଘ୍ର, ମୃତ ଗ୍ରାହକଙ୍କ ଦାବି ସମାଧାନ ପାଇଁ ସମସ୍ତ ବ୍ୟାଙ୍କ ଲାଗି ସମାନ ନିୟମ ଲାଗୁ କରାଯିବ । ନୋମିନି, ଆଇନଗତ ଉତ୍ତରାଧିକାରୀ କିମ୍ବା ପରିବାର ସଦସ୍ୟଙ୍କ ପାଇଁ ସମାନ ପ୍ରକ୍ରିୟା ଏବଂ ସମାନ ଡକ୍ୟୁମେଣ୍ଟ ରହିବ । ଏହା ଦ୍ୱାରା ଦାବି କରିବା ଏବଂ ବ୍ୟାଙ୍କରୁ ଟଙ୍କା ଉଠାଇବା ସହଜ ହେବ ।

୩. ସରକାରୀ ବଣ୍ଡରେ ନିବେଶ ସ୍ୱୟଂଚାଳିତ ହେବ 

ରିଜର୍ଭ ବ୍ୟାଙ୍କ ଖୁଚୁରା ନିବେଶକମାନଙ୍କ ପାଇଁ ସରକାରୀ ବଣ୍ଡ (ଟ୍ରେଜେରୀ ବିଲ୍ କିମ୍ବା ଟି-ବିଲ୍)ରେ ନିବେଶ କରିବା ସହଜ କରିଛି । ରିଜର୍ଭ ବ୍ୟାଙ୍କର ‘ରିଟେଲ୍ ଡାଇରେକ୍ଟ’ ପୋର୍ଟାଲରେ ଏକ ନୂତନ ‘ଅଟୋ-ବିଡିଂ’ ଫିଚର୍ସ ଯୋଡାଯାଇଛି । ଏହି ଫିଚର୍ସ ଆପଣଙ୍କୁ ନୂଆ ଏବଂ ପୁନଃନିବେଶ ପାଇଁ ସ୍ୱୟଂଚାଳିତ ଭାବରେ ଗୋଟିଏ ଥରରେ ବିଡ୍ କରିବାକୁ ଅନୁମତି ଦିଏ । ଉଦାହରଣ ସ୍ୱରୂପ, ଯଦି ଜଣେ ନିବେଶକ ନିୟମିତ ଭାବରେ ଟି-ବିଲ୍‌ରେ ନିବେଶ କରିବାକୁ ଚାହାନ୍ତି, ତେବେ ସେ ଏହାକୁ ସ୍ୱୟଂଚାଳିତ ଭାବରେ ସେଟ୍ କରିପାରିବେ।

 

 

 

 

 

ସୌଜନ୍ୟ – ସମ୍ବାଦ

 

 

Comments are closed.