Breaking News

ଜର୍ମାନୀରେ ଆତଙ୍କବାଦୀ ଆକ୍ରମଣ: ଭିଡ଼ ଉପରେ କାର୍‌ ଚଢ଼ାଇଲା ଆଫ୍‌ଗାନ ଯୁବକ, ୨୮ ଆହତ

ଜର୍ମାନୀର କେନ୍ଦ୍ରୀୟ ମ୍ୟୁନିଚ୍‌ରେ ଆଜି ଏକ କାର୍‌ ଭିଡ଼ ଭିତରକୁ ମାଡ଼ି ଯିବା ଫଳରେ କିଛି ଶିଶୁଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି। ମୁନିଚ୍‌ ଡାଉନ୍‌ଟାଉନ୍‌ରେ ଘଟିଥିବା ଏହି ଘଟଣା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମ୍ୟୁନିଚ୍‌: ଜର୍ମାନୀର କେନ୍ଦ୍ରୀୟ ମ୍ୟୁନିଚ୍‌ରେ ଆଜି ଏକ କାର୍‌ ଭିଡ଼ ଭିତରକୁ ମାଡ଼ି ଯିବା ଫଳରେ କିଛି ଶିଶୁଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି।  ମୁନିଚ୍‌ ଡାଉନ୍‌ଟାଉନ୍‌ରେ ଘଟିଥିବା ଏହି ଘଟଣା ଏକ  ଆତଙ୍କବାଦୀ ଆକ୍ରମଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଭିଡ଼ ଭିତରକୁ କାର୍ ମଡ଼ାଇଥିବା ବ୍ୟକ୍ତି ଜଣଙ୍କ ହେଉଛି ଜଣେ ୨୪ ବର୍ଷୀୟ ଯୁବକ। ‌ସେ ଜର୍ମାନୀରେ ଆଶ୍ରୟ ନେଇଥିବା ଜଣେ ଆଫଗାନ ନାଗରିକ ବୋଲି ଜଣାପଡ଼ିଛି। ମ୍ୟୁନିଚ୍‌ ମେୟର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ମାମଲାରେ କିଛି ଶିଶୁ ଆହତ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ହାଇ ପ୍ରୋଫାଇଲ୍‌ ମ୍ୟୁନିଚ୍‌ ସୁରକ୍ଷା ସମ୍ମିଳନୀର ଦିନକ ପୂର୍ବରୁ ଆଜି ଏହି ଆକ୍ରମଣ ହୋଇଛି। ସୁରକ୍ଷା ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସମେତ ଅନ୍ୟ ଅନ୍ତର୍ଜାତୀୟ ନେତା ଯୋଗଦେବାର ଅଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ତଦନ୍ତରୁ ଜଣାପଡ଼ିବା ପରେ ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ କେତେକ ସ୍ଥାନରେ ତଲାସୀ ଆରମ୍ଭ ହୋଇଛି। ସରକାରଙ୍କ ନୀତିକୁ  ବିରୋଧ କରୁଥିବା ଶରଣାର୍ଥୀ ଶିବିରଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.